ଓଡ଼ିଆ ବିଶ୍ଵବିଦ୍ୟାଳୟର ଶିଳାନ୍ୟାସ ପାଇଁ ପ୍ରସ୍ତୁତି ଆରମ୍ଭ

0

ସୁଆଣ୍ଡୋ : ସତ୍ୟବାଦୀର ବକୁଳବନରେ ଆସନ୍ତା ୨୩ ତାରିଖରେ ଓଡ଼ିଆ ବିଶ୍ଵବିଦ୍ୟାଳୟ ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ କରିବେ । ସେଥପାଇଁ ବୁଧବାର ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସରକାରୀ ଅଫିସର ମାନଙ୍କ ସହିତ ଏଠାରେ ପହଞ୍ଚି ଥିଲେ । ସେହିପରି ଜମି ହସ୍ତାନ୍ତର ପାଇଁ ଦେବୋତର ବିଭାଗ କମିଶନରଙ୍କୁ ଚିଠି ପଠା ଯାଇଥିଲା । ଅନୁଷ୍ଠିତ ଆଲୋଚନାରେ ପୁର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରିୟବ୍ରତ ସାମନ୍ତରାୟ ଏସଡିଓ ଅକ୍ଷୟ କୁମାର ମହାନ୍ତି ବିଡିଓ ଗୌରବମୟ ପ୍ରଧାନ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟ ମନ୍ଦିର କାର୍ୟ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ଆଇନ ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ଥାନା ଆଇଆଇସି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଗତକାଲି ମନ୍ତ୍ରୀ ମହେଶ୍ଵର ମହାନ୍ତି ବିଧାୟକ ପ୍ରମୁଖ ବକୁଳବନରେ ଶିଳାନ୍ୟାସ ସମ୍ପର୍କରେ ଏଠାରେ ପହଞ୍ଚି ଅନୁଧ୍ୟାନ କରିଥିଲେ ।

Leave A Reply