ଓଡିଆରେ ଭାଷଣ ଦେଲେ  ରାଷ୍ଟ୍ରପତି ରାମନଥ କୋବିନ୍ଦ

0

କଟକ: କଟକରେ ପହଞ୍ଚିବା ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପ୍ରଥମେ ନେତାଜୀଙ୍କ ଜନ୍ମ ସ୍ଥାନ ନେତାଜୀ ସଂଗ୍ରହାଳୟକୁ ଯାଇଥିଲେ।  ଏହାପରେ  ରାଷ୍ଟ୍ରପତି କୋବିନ୍ଦ,  ବିଜୁ ବାବୁଙ୍କର ପୈତୃକ ବାସ ଭବନ  ଆନନ୍ଦ ଭବନ  ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି । ପରେ  ଇନ୍‌ଡୋର୍‌ ଷ୍ଟାଡିୟମରେ ଅନୁଷ୍ଠିତ ସାଧାରଣ ସଭାରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।  ଓଡିଆରେ ରାଷ୍ଟ୍ରପତି ନିଜର ଅଭିଭାଷଣ ଆରମ୍ଭ କରିବା ପରେ ହିନ୍ଦୀରେ ବିସ୍ତୃତ ଭାବରେ ଭାଷଣ ଦେଇଥିଲେ । ପ୍ରଥମେ ଉପସ୍ଥିତ ଅତିଥିମାନଙ୍କୁ ସମ୍ବୋଧିତ କରିବା ପରେ  ଓଡିଆରେ ‘ ମୁଁ ଓଡିଶାର ପବିତ୍ର ମାଟି ଆଉ ଏହାର ଜନତାଙ୍କୁ ପ୍ରଣାମ ଜଣାଉଛି’  ବୋଲି କହିଥିଲେ । କରତାଳିରେ ସାରା ଇନ୍‌ଡୋର ଷ୍ଟାଡିୟମ ଗୁଞ୍ଜରିତ ହୋଇଥିଲା । ସାଧାରଣ ସଭାରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଏସ୍‌ ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

କଟକରେ ପହଞ୍ଚିବାପରେ ପ୍ରଥମେ ନେତାଜୀ ସଂଗ୍ରହାଳୟକୁ ରାଷ୍ଟ୍ରପତି ଯାଇଥିଲେ । ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ କିଛି ସମୟ ସଂଗ୍ରହାଳୟକୁ ବୁଲି ଦେଖିଥିଲେ । ଏହାପରେ ତୁଳସୀପୁର ସ୍ଥିତ ବିଜୁ ବାବୁଙ୍କର ପୈତୃକ ବାସ ଭବନ ଆନନ୍ଦ ଭବନରେ  ପହଞ୍ଚି ଆନନ୍ଦ ଭବନ  ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ସାଧାରଣ ଜନତାଙ୍କ ଉଦ୍ୟେଶରେ ଲୋକାର୍ପିତ କରିଥିଲେ । ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ସାଧାରଣସଭାରେ  ମହା ମହିମ ରାଷ୍ଟ୍ରପତି ଓଡିଆରେ ନିଜର ଅଭିଭାଷଣ  ଆରମ୍ଭ କରିଥିଲେ ।  କଟକର ପବିତ୍ର ମାଟିକୁ ଆସି  ପ୍ରସନ୍ନତା ଲାଭ କରିଥିବା କଥା ରାଷ୍ଟ୍ରପତି  କହିଛନ୍ତି ।  ବିଜୁବାବୁଙ୍କର ପୈତୃକ ବାସ ଭବନକୁ ସଂଗ୍ରହାଳୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ପରିବାର ଲୋକ ଯେଉଁ ଉଦ୍ୟମ କରିଛନ୍ତି  ତାହା ପ୍ରଶଂସନୀୟ ବୋଲି ରାଷ୍ଟ୍ରପତି  ପ୍ରକାଶ କରିଛନ୍ତି ।  ସ୍ୱାଧୀନତା ସଂଗ୍ରାମ ବେଳେ ଦେଶରେ ୨ଟି ଆନନ୍ଦ ଭବନ ଥିଲା । ଗୋଟିଏ ଆହ୍ଲାବାଦରେ ଓ ଆଉ ଗୋଟିଏ କଟକରେ  । ସେଠାରେ ସ୍ୱାଧୀନତା ସଂଗ୍ରାମ ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିଜୁ ବାବୁଙ୍କର ପରି ମହାନ ନେତା ଜନ୍ମ ଗ୍ରହଣ କରିଥିଲେ ।  ଏହି ସହର ଐତିହ ସମ୍ପନ୍ନ ସହର । ନେତାଜୀ ସୁବାଷ ବୋଷଙ୍କର ଏହା ଜନ୍ମ ସ୍ଥଳ ଓ କର୍ମ ସ୍ଥଳୀ ଥିଲା । ବିଜୁ ବାବୁ ସାଇକେଲରେ ପେଶାଓ୍ୱାର ଯାତ୍ରା କରିଥିଲେ । ଯାହା ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ସୂଚାଏ । ସୁନ୍ଦରସ୍ୱାସ୍ଥ୍ୟ ସମସ୍ତଙ୍କ  ପାଇଁ ଆବଶ୍ୟକ ବୋଲେ ରାଷ୍ଟ୍ରପତି ନିଜ ଅଭି ଭାଷଣରେ ଉଲ୍ଲେଖ କରିଛନ୍ତି । ନେତାଜୀ ଓ ବିଜୁବାବୁ ଉଭୟ ନେତା ସହ ସଂଗ୍ରାମୀ ଥିଲେ । ବିଜୁବାବୁ ସେ ସମସୟରକେ କଳିଙ୍ଗ ଏୟାର ଲାଇନ୍ସ ପ୍ରତିଷ୍ଠା କରିଥିଲେ  ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରକାଶ କରିଛନ୍ତି ।

ଓଡିଶା ଶସ୍ୟ ଶ୍ୟମଳା ଓ ଖଣିଜ ସମ୍ପଦରେ ପରିପୂର୍ଣ୍ଣ , ଏହାର ସୁ ବିନିଯୋଗ କରାଯାଇ ପାରିଲେ ରାଜ୍ୟ ଓ ରାଜ୍ୟବାସୀଙ୍କର ଅଧିକ ଉନ୍ନତି ହୋଇପାରିବ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଅନେକ ଜନ ହିତକର ଯୋଜନା କରୁଛନ୍ତି । ଉଜ୍ଜଳା ଯୋଜନା ଓ ମହିଳା ସଶକ୍ତି କରଣ ପାଇଁ ଅନେକ ଯୋଜନା ହୋଇଛି । ରାଷ୍ଟ୍ରପତି ଭବନରେ ଏଲ୍‌ପିଜି ପଞ୍ଚାୟତ ଅନୁଷ୍ଠିତ ହୋଇଥିଲା । ମୟୁରଭଞ୍ଜ ଓ ପୁରୀ ଜିଲାର ଅନେକ ମହିଳା ଏଥିରେ ଅଂଶ ଗ୍ରହଣ କରିଥିଲେ । ହେମାବତୀ ବାଗେ ନାମକ ମହିଳା ଏହି ସବୁ ଯୋଜନା ଯୋଗୁଁ ମହିଳାମାନେ ବିଶେଷ ଭାବେ ଉପକୃତ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ ସୂଚନା ଦେଇଛନ୍ତି ।

ଓଡିଶାରେ ଥିବା ମହିଳାମନେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ମାର୍ଗ ଅନୁସରଣ କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପରାମର୍ଶ ଦେଇଛନ୍ତି ।

ଏହାପରେ ରାଷ୍ଟ୍ରପତି କଟକ ନରାଜ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ସେଠାରୁ ସେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି ।

ପୁରୀରେ ରାତ୍ରଯାପନ କରିବା ସହ ରବିବାରରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଅଂଶଗ୍ରହଣ କରିବାର ଅଛି ।

 

ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ଉତ୍ସବର ଭିଡିଓ…

Leave A Reply