ହନିଟ୍ରାପ୍‌ରେ ଓଡିଆ ଯବାନ; ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଗିରଫ

ଭୁବନେଶ୍ବର: ହନିଟ୍ରାପ୍‌ରେ ଫସିଲେ ଓଡିଆ ଯବାନ। ଦେଶର ଗୁରୁତ୍ବପୂର୍ଣ୍ଣ ଏବଂ ଗୁପ୍ତ ତଥ୍ୟ ଲିକ୍ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏହି ଓଡିଆ ଯବାନଙ୍କ ନାମ ହେଉଛି ବିଚିତ୍ର ବେହେରା ଏବଂ ତାଙ୍କ ଘର ଗଞ୍ଜାମ ଜିଲା ହିଞ୍ଜିଳିର ଆଙ୍କରୋଡା ଗାଁରେ ବୋଲି ଜଣାପଡିଛି।

ଜଣେ ଆଇଏସଆଇ ମହିଳା ଏଜେଣ୍ଟଙ୍କ ହନିଟ୍ରାପ୍‌ରେ ଫସି ବିଚିତ୍ର ଦେଶର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍‌ କରିଥିବା ଅଭିଯୋଗ ହୋଇଛି। ପୋଖରାନର ସେନା ଶିବିର ଓ ସୀମା ସମ୍ପର୍କିତ ସୂଚନା ଲିକ୍‌ କରିଥିବା ସନ୍ଦେହ କରାଯାଉଛି। ସିବିଆଇ ଓ ଗୁଇନ୍ଦା ବ୍ୟୁରୋ(ଆଇବି)ର ଏକ ମିଳିତ ଟିମ୍‌ ରାଜସ୍ଥାନରୁ ବିଚିତ୍ରଙ୍କୁ ଗିରଫ କରିଛି। ବିଚିତ୍ରଙ୍କ ସହ ଲାନ୍ସ ନାଏକ ରବି ବର୍ମା ମଧ୍ୟ ଗିରଫ ହୋଇଛନ୍ତି।

Comments are closed.