ପ୍ରେମରେ ରଖିଚି ୧୦୦ରୁ ୧୦୦

0

ନୂଆ ଓଡ଼ିଆ ଚିତ୍ର ‘ପ୍ରେମରେ ରଖିଚି ୧୦୦ରୁ ୧୦୦’ର ସୁଟିଂ ପର କାର୍ଯ୍ୟ ଆଗେଇ ଚାଲିଛି। ସତ୍ୟମେବ ଜୟତେ, ଆ ଜହ୍ନରେ ଲେଖିବା ନାଁ, ଏସିପି ସାଗରିକା, ରଙ୍ଗିଲା ବାବା ପରେ ପୁଣିଥରେ ରାସେଶ୍ୱରୀ ଏଣ୍ଟରଟେନମେଣ୍ଟ ହାଏ ଡାର୍ଲିଂ, ଝିଅଟା ବିଗିଡ଼ିଗଲା, ବଜରଙ୍ଗୀ, ସୁନ୍ଦରଗଡ଼ର ସଲମନ ଖାଁ ଭଳି ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିବା ପ୍ରଯୋଜନା ସଂସ୍ଥା ମୁନ୍‍ ଟିଭି ମୁଭିଜ୍‍ ସହଯୋଗରେ ଏହି ଚିତ୍ର ନିର୍ମାଣ କରିଛି। ପ୍ରଯୋଜକ ବିରଂଚି ନାରାୟଣ ପଣ୍ଡା, ଦିଲୀପ ଦାସ, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହେଉଥିବା ଏ ଚିତ୍ରର ନିର୍ଦେଶନାରେ ସଞ୍ଜୟ ନାୟକ ଥିବାବେଳେ ସ୍ୱର ସଂଯୋଜନା କରିଛନ୍ତି ମଳୟ ମିଶ୍ର। ପ୍ରଥମକରି ନାୟକ ଜ୍ୟୋତି ଓ ନାୟିକା ରିୟା ଏକାଠି ଏ ଚିତ୍ରରେ ଅଭିନୟ କରିଥିବାବେଳେ ଅନ୍ୟ ନାମୀଦାମୀ କଳାକାରଙ୍କୁ ଏଥିରେ ଦେଖିବାକୁ ମିଳିବ। ପ୍ରେମ ଓ ଆକ୍ସନ୍‍କୁ ନେଇ ନିର୍ମିତ ଏହି ଚିତ୍ର ସବୁ ବର୍ଗର ଦର୍ଶକଙ୍କୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

Leave A Reply