ପୂଜା ସିନେମା : ମୁକ୍ତିଲାଭ କଲା ‘ଦିଶ୍‌ ଇଜ୍‌ ମାୟାରେ ବାୟା’

କଟକ : ଓଡ଼ିଆ ଦର୍ଶକଙ୍କ ରୁଚିକୁ ଦୃଷ୍ଟିରେ ରଖି ଦଶହରା ଅବସରରେ ରବିବାର ମୁକ୍ତିଲାଭ କରିଛି ସିଦ୍ଧାର୍ଥ ମ୍ୟୁଜିକ୍‍ର ୨୭ତମ ଚଳଚ୍ଚିତ୍ର ‘ଦିଶ ଇଜ୍‌ ମାୟାରେ ବାୟା’। ଏଥିରେ ସ୍ୱରାଜ,ଏଲିନା, ସିଦ୍ଧାନ୍ତ ଓ ଝିଲିକ୍‌ ଅଭିନୟ କରିଛନ୍ତି। ସିନେମାଟି ଦର୍ଶକଙ୍କୁ ଆରମ୍ଭରୁ ଶେଷଯାଏଁ ନିଜେ ମାୟାରେ ବାୟା କରିବ ବୋଲି ପ୍ରଯୋଜକ ସୀତାରାମ ଅଗ୍ରୱାଲା ମତବ୍ୟକ୍ତ କରିଛନ୍ତି। ଲଗାତାର ଓଡ଼ିଆ ଦର୍ଶକଙ୍କୁ ଭିନ୍ନ ଭିନ୍ନ ଧରଣର ଓଡ଼ିଆ ସିନେମା ଭେଟି ଦେଇଥିବା ଏହି ୨୭ତମ ସିନେମାରେ ଦର୍ଶକ ହସ କାନ୍ଦ ସହ ଭରପୂରୁ କମେଡି ଉପଭୋଗ କରିପାରିବେ। ସିନେମାର ନିର୍ଦ୍ଦେଶନା ସୁଶାନ୍ତ ମଣି ଦେଇଥିବା ବେଳେ ସଙ୍ଗୀତ ରେ ସଜାଇଛନ୍ତି ମଳୟ ମିଶ୍ର ହାସ୍ୟରସରେ ଭରପୂର ସଂଳାପ ଲେଖିଛନ୍ତି ଡ଼ଃ ନିର୍ମଳ ନାୟକ।

Comments are closed.