ଭୁବନେଶ୍ବରରେ ପହଞ୍ଚିବ ଦୁଇ ସହିଦ ଯବାନଙ୍କ ପାର୍ଥିବ ଶରୀର

0

ଭୁବନେଶ୍ୱର : ଜମ୍ମୁ ଓ କଶ୍ମୀରର ପୁଲୱାମାରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ପାର୍ଥିବ ଶରୀର ଶନିବାର ଦିନ ଭୁବନେଶ୍ବରରେ ପହଞ୍ଚିବ। ସକାଳେ ଉଭୟ ସହିଦ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ ସ୍ବତନ୍ତ୍ର ଗାଡି ଯୋଗେ ଜନ୍ମମାଟିକୁ ନିଆଯିବ। ସହିଦ ପ୍ରସନ୍ନ କୁମାର ସାହୁଙ୍କ ପାର୍ଥିବ ଶରୀରକୁ ଜଗତସିଂହପୁର ନାଉଗାଁ ଓ ସହିଦ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀରକୁ କଟକ ନିଆଳି ରତନପୁରକୁ ନିଆଯିବ। ସେମାନଙ୍କ ଶେଷକୃତ୍ୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ ସାମିଲ ହେବେ। ଜଗତସିଂହପୁରର ସହିଦ ପ୍ରସନ୍ନ କୁମାର ସାହୁଙ୍କ ଘରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଓ କଟକ ନିଆଳିର ସହିଦ ମନୋଜ କୁମାର ବେହେରାଙ୍କ ଘରକୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯାଇ ଶେଷକୃତ୍ୟରେ ସାମିଲ ହେବେ​‌ ବୋଲି ଜଣାପଡିଛି।

Leave A Reply