ତାମିଲନାଡ଼ୁରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

0

କଟକ : ରୋଜଗାର ପାଇଁ ତାମିଲନାଡୁ ଯାଇଥିବା ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ବାରିପଦା ସହର ବାଘଡ଼ରୋଡ ଅଞ୍ଚଳର ଦେବାଶିଷ ସାହୁ।

ସୂଚନା ଅନୁସାରେ, ଦେବାଶିଷ ଜଣେ ଦଲାଲ ସହିତ ଦେଢ଼ ବର୍ଷ ତଳେ ତାମିଲନାଡୁ ଯାଇଥିଲେ। ତେବେ ୪ ଦିନ ତଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଦେବାଶିଷଙ୍କ ପରିବାର ଲୋକଙ୍କୁ ଦଲାଲ ଆଜି ଜଣାଇଥିଲା। ହେଲେ ତାଙ୍କ ମୃତଦେହ ବର୍ତ୍ତମାନ ସୁଦ୍ଧା ଘରେ ପହଞ୍ଚିନଥିବା ଜଣାପଡ଼ିଛି।

ଅଭାବ ଅନଟନ ଯୋଗୁଁ ପରିବାର ଲୋକେ ତାମିଲନାଡୁ ଯାଇ ପୁଅର ମୃତଦେହ ଆଣି ପାରୁନାହାନ୍ତି। ପୁଅର ମୃତଦେହ ଫେରାଇ ଆଣିବାକୁ ପରିବାର ଲୋକେ ପ୍ରଶାସନ ପାଖରେ ନିବେଦନ କରିଛନ୍ତି।

ଘର ଲୋକେ ଦେବାଶିଷଙ୍କୁ ହତ୍ୟା କରାଯାଇଥିବା କହୁଥିବା ବେଳେ ଦେବାଶିଷଙ୍କ ମୃତ୍ୟୁର କାରଣ ଏଯାଏଁ ଅସ୍ପଷ୍ଟ ରହିଛି।

Leave A Reply