ମେଦବୃଦ୍ଧିର ପ୍ରମୁଖ କାରଣ

0

କିଛି ବର୍ଷ ତଳର ଅନୁସନ୍ଧାନ ଅନୁସାରେ କେବଳ ଇଉରୋପୀୟ ଓ ଆମେରିକୀୟ ରାଷ୍ଟ୍ର ସମୂହରେ ମେଦବହୁଳ ଲୋକ ସଂଖ୍ୟାଧିକ ଥିଲା। ଏବେ କିନ୍ତୁ ଏସୀୟ ରାଷ୍ଟ୍ରରେ ମଧ୍ୟ ମେଦବୃଦ୍ଧି ସମସ୍ୟା ବଢ଼ିବାରେ ଲାଗିଛି। ଏସୀୟ ଡାକ୍ତର ସଂଘ ଏହା ଉପରେ ଭଲ ଭାବେ ଗବେଷଣା କରିବା ସହ ଏ ସଂକ୍ରାନ୍ତରେ କେତେକ ରୋଚକ ତଥ୍ୟ ଉନ୍ମୋଚନ କରିଛନ୍ତି।

• କେବଳ ଯେ ଖାଇବାପିଇବା କାରଣରୁ ଶରୀରର ଓଜନ ବଢ଼ିଥାଏ, ତା’ ନୁହେଁ। ଆମ ଜୀବନଶୈଳୀ ମଧ୍ୟ ଏଥିନିମନ୍ତେ ଦାୟୀ। ପେଟ ବଢ଼ିଲେ ପ୍ରଥମେ ଦୃଷ୍ଟିରେ ରଖିବେ ଯେ ଆପଣଙ୍କ କାର୍ଯ୍ୟଶୈଳୀ କିପରି? ଅଧିକ ସମୟ ବସି ରହି କାମ କଲେ ହିଁ ପେଟ ବଢ଼େ। ଏଣୁ ନିଜ କାମ କରିବାର ଶୈଳୀକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା ନିତାନ୍ତ ଜରୁରୀ। ଯେପରି ୩୦ ମିନିଟ୍ କାମ କରିବା ପରେ କିଛି ସମୟ ଚଲାବୁଲା କରନ୍ତୁ।
• ଆଜିକାଲି କର୍ମଜୀବୀ ଲୋକେ କାଠ ଚେୟାର ପରିବର୍ତ୍ତେ ଆରାମ ଚେୟାର୍‌୍ରେ ବସିବାକୁ ଉଚିତ୍ ମଣୁଛନ୍ତି। ଏପରି ଚେୟାରରେ ଅଧିକ ସମୟ ବସି ରହିଲେ ପେଟ ବଢ଼ିବା ସହ ଅଣ୍ଟା, ପିଠି ଦରଜ ହୁଏ।
• ଭୋଜନର ତୁରନ୍ତ ପରେ ବସି ନ ଯାଇ ବରଂ କିଛି ସମୟ ଚଲାବୁଲା କରିବା ଆବଶ୍ୟକ। ଏହା ଖାଦ୍ୟ ହଜମ କରାଇବା ସହ ଶରୀରରେ ମେଦ ଜମିବାକୁ ଦେଇନଥାଏ।
• ଅନ୍ୟ କେତେକ ସରଳ ଉପାୟ ହେଉଛି, ଶୀତ ହେଉ ଅବା ଗ୍ରୀଷ୍ମ, ଦୈନିକ ସକାଳବେଳା ନଖ ଉଷୁମ ପାଣି ପିଇ ଦିନର ଆରମ୍ଭ କରନ୍ତୁ। ଏହା ମଧ୍ୟ ଶରୀର ଓଜନ ବଢ଼ିବାକୁ ରକ୍ଷା କରିଥାଏ ବୋଲି ବିଭିନ୍ନ ପରୀକ୍ଷାରୁ ପ୍ରମାଣିତ ହୋଇଛି।
• ବିଶେଷଜ୍ଞଙ୍କ ପରାମର୍ଶରେ ନିୟମିତ ଭାବେ ଫାଇବର୍‌ଯୁକ୍ତ ଭୋଜନ କରନ୍ତୁ। ଏପରି ଖାଦ୍ୟ ଖାଇଲେ ପେଟ ସଫା ରହିବା ସହ ଚର୍ବି ମଧ୍ୟ ଶରୀରରେ ଜମିନଥାଏ।
• ଭିଟାମିନ୍ ‘ସି’ଯୁକ୍ତ ଭୋଜନ କରିବା ସହ ଜଙ୍କ୍ ଫୁଡ୍ ଖାଇବାରୁ ବର୍ତ୍ତିବା ଉଚିତ। ତେଲ, ମସଲା ଖାଦ୍ୟ ଅଧିକ ପରିମାଣରେ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ।
• ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଉପବାସ କରନ୍ତୁ, ନଚେତ୍ ଏହି ଉପାୟକୁ ୧୫ଦିନରେ ଥରୁଟିଏ ମାନି ଚଳିବା ଉଚିତ।

Leave A Reply