ଓଲଟିଲା ଜନନୀ ସୁରକ୍ଷା ଆମ୍ବୁଲାନ୍ସ

ନୂଆପଡା: ଭାରସାମ୍ୟ ହରାଇ ଓଲଟିଲା ଜନନୀ ସୁରକ୍ଷା ଆମ୍ବୁଲାନ୍ସ। ନୂଆପଡା ଜିଲା ମାନିଗୁଡା ନିକଟରେ ଏହି ଜନନୀ ସୁରକ୍ଷା ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି। ସୂଚନାଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ଜଣେ ରୋଗୀଙ୍କୁ ଖଡିଆଳରେ ଛାଡି ନୂଆପଡା ଫେରିବା ବାଟରେ ଓଲଟି ପଡିଥିଲା। ଆମ୍ବୁଲାନ୍ସର ଡ୍ରାଇଭର ଓ ହେଲପର ଏଥିରେ ଆହତ ହୋଇଛନ୍ତି। ୨ ଆହତଙ୍କୁ ଜିଲା ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed.