ଭାଲୁ ଆକ୍ରମଣରେ ୨ ଗୁରୁତର

0

ନୂଆପଡ଼ା : ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ଉଭୟ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସେମାନେ ହେଲେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଲର୍‌କି ଗାଁରେ ୟାଦ ବିଶ୍ୱାଳ ଓ ନିବାସ କୁମାର ନିଆଲ। ଶୁକ୍ରବାର ସକାଳେ ଗାଁ ନିକଟରେ ଥିବା ଏକ ଜଙ୍ଗଲ ମଧ୍ୟକୁ ଯାଇଥିବା ବେଳେ ସେମାନଙ୍କ ଭାଲୁ ଆକ୍ରମଣ କରିଥିଲା। ଚିତ୍କାର ଶୁଣି ଗ୍ରାମବାସୀ ସେଠାରେ ପହଞ୍ଚି ସେମାନଙ୍କୁ ଭାଲୁ କବଳରୁ ଉଦ୍ଧାର କରିଥିଲେ। ପ୍ରଥମେ କୋମନା ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Leave A Reply