ଆଏଜ୍ ପରୁହାଁ ତିହାର ନୂଆଁଖାଇ…

ବଲାଙ୍ଗୀର:  ଆଏଜ୍ ପରୁହାଁ ତିହାର ନୂଆଁଖାଇ। ହେତିର ଲାଗି ତ ଦେଶ ବିଦେଶ ନେ ରହୁଥିବାର ଲୁକେ ନିଜର ମା’ ମାଟିକେ ଫିରିଆସିଛନ। ବଛର ଯାକର ଥରେ କୁଟୁମ ଯାକି ଲୋକ ଭେଟ ପଡବେ। ଗୁଟେ ଠାନେ ତିହାର ମାନବେ। ଗୁଟେ ଠାନେ ବସି କରି ସବେ ନୂଆଁ ଖାଏବେ। ଯେନ ମାନେ ଦୂରେ ରହୁଛନ ଗଣେଶ ପୂଜା ଦିନର ବେଲବୁଡା ତକ ଘରକେ ପୁହୁଁଚିଲେ ଯାଇ ଚଲେ। ବସ ଷ୍ଟେସନ, ରେଲ୍ ଷ୍ଟେସନ ସବୁଠାନେ ଭିଡ। ଗାଁ ନୁ ନେଇ କରି ଟାଉନ ତକ, ଯେନ ଆଡେ ମୁହୁଁଟାଲେ ଚାରିଫାଲେ ଉସନାକି। ଲୁକର ଭିଡ ବଲାଙ୍ଗିର ଟାଉନେ କେତନି କେତେ। ସେଥିର ଭିତରେ ଲୋକମାନଙ୍କର ଭିତରେ ଉସତ ଆନନ୍ଦଟା ବାରି ହେଇ ପଡୁଥିଲା।


କରଡି ଡିମାଣ୍ଡ କେତେନି କେତେ….
ସକାଲୁ ବେଲ ବୁଡା ତକ ବଲାଙ୍ଗିର ଟାଉନ ଅଂଚଲ୍ ଥି ଗହଲି କେତେ ନି କେତେ। ହେତିର ଭିତରେ ସଖାଲ ପାଏଲେ ନୂଆଁଖାଇ। ତୁନ ଶାଗ ଯେନ୍ ଟିକେ ମହରକ ଅଛେ ହେତିର ଭିତରେ କରଡି ଡିମାଣ୍ଡ କାହୁଁକେତେ। ଦନେ କେ ୩୦ଟଁକା ବଲି ବେପାରୀମାନେ ଖୋବ ହାଁକୁଥନ। ଗାରହାକ୍ ମାନେ ବି ଆଏଜ ମୁଲାମୁଲି କି କଟନୀ ଛଟନୀ ନାଇଁ କରି କରି ବଜାରେ ଡିମାଣ୍ଡ ଥିବାର କରଡି କେ ଉସତ୍ ହେଇ କରି ନେଉଥାନ। କାଁକରି ବଏଲେ କରଡି ବଜାର ଥି ସଟ୍ ଥିଲା ବେଲକେ କଅଁଲି ବଉଁଶ୍ର କରଡି ଟିକେ ଜହଁ ସୁଆଦ। ହେତିର ଲାଗି ଆଏଜ କରଡି ଡିମାଣ୍ଡ କାହୁଁକେତେ ଥିଲା।
ଏ କୁରେ ଫୁଲ ମହୁଲ ରସ….
ଏ କୁରେ ଫୁଲ ମହୁଲ ରସ ଗୀତ ତ ଆଗରୁ ସୁନିଥିବେ। ଆଏଜ ତିହାର ହାଟେ ଇ ଗୀତା ଟା ବେପାରୀମାନଙ୍କର ମୁହୁଁଥୁ ଜହଁ ବାହାରୁଥିଲା। କାଁକରି ବଏଲେ, ନୂଆଁ ଚୁରାକୁଣା। କିଏ କୁରେ ପତର ଥି ଖାଏସି ତ ଆର କିଏ ମହୁଲ ପତର ଥି। ଲୋକକୁ ଆକଷିତ କରିକରି ପତର ବିକବାର ଲାଗି ଇ ଗୀତ ଗାଇ କରି ଡକାହୁକା କରବାର ଗୁଟେ ଆଲଗା ପେହେଚାନ କରୁଥିଲା। ଆର ଇଥି ବନେ ମାକିଟିଂ ବି ହେଉଥିଲା। ଇତିହାସ ଥି ଥିବାର କଥାନୁ ଜନାଯାଏସି ଯେ, ମାଏଟ ଆର ମହୁଲ କୁଲତାଙ୍କର ଟା। ଯେହେତୁ କୁଲତାମାନେ ବିଶେଷ କରି ଚାଷ କରସନ। ଆର ଧରତୀର ଜୀବଜନ୍ତୁ କେ ଖାଏବାର ଲାଗି ମୁଠେ ଜୁଗାସନ। କୁଲତା ଲୁକର ହାତେ ଚାଷ ଅଏନକରି ହେସି। ହେତିର ଲାଗି କୁଲତା ଜାତିର ଲୁକେ ମାଏଟ କେ ପୂଜା କରବାର ସଙ୍ଗେ ସଙ୍ଗେ ମହୁଲ ପତରେ ହିଁ ନୂଆଁ ଖାଏସନ। ଆର ହେନ୍ତା ଭିନେ ଭିନେ ଜାତି ଲୋକେ ନିଜର ନିଜର ପରମ୍ପରାଗତ ହିସାବେ କୁରେ ପତରେ ନୂଆଁ ଚୁରାକୁଣା ଖାଏବାର ବିଧି ରହିଛେ।


ଧାନଖେନ୍ଦ୍ ମିଲବାର ଟା ମୁସକିଲ…
ଇ ବଛର ବରଷା ଜେନ୍ତା କରିଛେ ଯେ ମହାନ ମୁସକିଲ। ପହେଲା ମରଡି ପରିସ୍ଥିତି ତାର ଉତାରୁ ବନ୍ୟା ଆଏଲା। ସବୁ ଚାଷ ଜମିନ ଥି ବାଏଲ ଚରି ଦେଲା। ହେଲେ ଆଏଜେ କୁଡେ ଦିନ ବିତି ଯାଇଛେ। ନୂଆଁଧାନ ଚାରିଆଡେ ସଟ୍ ପଡିଛେ। କେନ ଧାନ ଥି ଗୁରଶ ଧରିଛେ ତ ଆର କେନ ଏକର୍ ଏକର୍ ଚାଷ ଜମି ଥି ଫସଲ ମରିଯାଇଛେ। ହେତିର ଭିତରେ କିଛି ଚାଷୀ ଗଲା ଦିନା ତିନେ ହେଲାନ ଧାନ ଦୁରା ନେଇ କରି ଟାଉନର ଭିନ୍ ଭିନ୍ ଜାଗାଥି ବସେଇଛନ। ଜିଏ ଆଏଲା ଟକାଁ ଦଶଟା ଦେଇ କରି କେରେ ଧାନ ଘିନି ନେଲା। ଟାଉନ ଆର ଆର ଚାଷ ହେଉଛେ କାଏଁ, ହେଲେ ଆଖର ପାଖର କିଛି ଚାଷୀ ନିଜର ଧାନ ଦୁରା ଧରି କରି ଟାଉନର ଲୋକକୁ ଜୁଗେଇ ଦଉଛନ୍।
ମୁଷଡି ନାଇଁ ହେବାର ଟାଉନ ଭିତରେ…
ସକାଲୁ ବେଲ ବୁଡିଗଲା। ହେଲେ ଲୁକର ଭିଡ ମୁଟେ ନାଇଁ କମବାର। ଖୋବ ରାଏତ ତକ ଆଏଜ ଭିଡ ଦେଖା ଦେଇଛେ। ଲୁକେ ନୂଆଁଖାଇର ଲାଗି କପଟା ଲତା,ତୁନ ଶାଗ,ଫଲମୁଲ ଆର ନିଜର ଜରୁରତ ଜିନିଷ୍ ମାନେ ଘିନୁଛନ। ଯେନ୍ ଦୁକାନ ଆଘକେ ଦେଖଲେ ଲୋକ ଫେପଲେଇ ଯଉଛନ। ବଲାଙ୍ଗିର ଭାଗିରଥୀ ଛକ ନୁ ସମଲେଇ ମନ୍ଦିର ଛକ ଦେଇ ଫେନ୍ ଥରେ ଘଡେ ଥି ଫିରି କରି ଆଏବାର ଟା ମୁସକିଲ। ଡେଲି ମାର୍କେଟ କେ ତ ପଶି ନାଇଁହେବାର। ଲୋକ ନୂଆଁଖାଇ ବଜାର କରବାର ଲାଗି ଚାଟିଁ ବାଗିର ସକସକେଇ ଯାଉଛନ୍। ହେଟା କେ ଆଖି ଆଘେ ରଖିକରି ଟ୍ରାଫିକ୍ ପୁଲିସ ତରଫନୁ ଗଲେ ବନେ ପୁଲିସ୍ ବଲଟେ ପ୍ରଶାସନ ତରଫରୁ ଯୁଗେଇ ଦେଇଛନ।

Comments are closed.