ଭାଇଜାନଙ୍କ କଣ୍ଠରେ ମୁକ୍ତିଲାଭ କଲା ‘ନୋଟବୁକ୍’ର ଗୀତ

0

ମୁମ୍ବଇ : ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର ‘ନୋଟବୁକ୍’ର ଗୀତ ‘ମେ ତାରେ’ ସୋମବାର ମୁକ୍ତିଲାଭ କରିଛି। ସଲମାନ ଏହି ଗୀତର କଣ୍ଠଦାନ କରିଛନ୍ତି। ଗୀତଟି ମୁକ୍ତିଲାଭ କରିବା ମାତ୍ରେ ଦର୍ଶକ ମାନେ ଏହାକୁ ବେଶ୍ ପସନ୍ଦ କରିଛନ୍ତି। ତିନି ମିନିଟର ଏହି ଗୀତରେ ସଲମାନ କଣ୍ଠଦାନ କରିଥିଲାବଳେ ବିଶାଳ ମିଶ୍ରା ଏହି ଗୀତର ସଂଙ୍ଗିତ ନିର୍ଦେଶନା ଦେଇଛନ୍ତି। ଏହାର ଗୀତ ରଚନା କରିଛନ୍ତି ‘ମନୋଜ ମୁତଞ୍ଜିର’। ଏହା ପୂର୍ବରୁ ମଧ୍ୟ ସୁଲତାନ୍, ବଡିଗାର୍ଡ, ହିରୋ ଏବଂ କିକ୍ ଭଳି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ। ଯାହାକୁ ଦର୍ଶକ ମାନେ ବେଶ୍ ପସନ୍ଦ କରିଥିଲେ।

image courtesy-Inkhabar

ଏହି ଚଳଚ୍ଚିତ୍ର ମାଧ୍ୟମରେ ସଲମାନ ଦୁଇ ନବାଗତ କଳାକାର ପ୍ରନୂତନ୍ ବହଲ ଓ ଜାହୀର ଇକବାଲ୍ଙ୍କୁ ବଲିଉଡ଼ରେ ଏଣ୍ଟ୍ରି କରାଇଛନ୍ତି। ଏହାର ନିର୍ଦ୍ଦେଶନା ଭାର ନିତିନ କକ୍କର୍ ବହନ କରିଛନ୍ତି।
ପ୍ରନୂତନ ବହଲ ଅଭିନେତା ମୋହନିଶ ବହଲଙ୍କ ଝିଅ। ପୂର୍ବରୁ ସଲମାନ ଅନେକ ନୂଆ କଳାକାରଙ୍କୁ ବଲିଉଡ଼ରେ ସୁଯୋଗ ଦେଇଥିବା ବେଳେ ଏବେ ପୁଣି ତାଙ୍କ ଦ୍ୱାରା ସୁଯୋଗ ପାଇଥିବା ଏହି ଦୁଇ କଳାକାର ବଲିଉଡ଼ରେ ସଫଳତା ହାସଲ କରିପାରୁଛନ୍ତି କି ନାହିଁ ତାହା ‘ନୋଟବୁକ୍’ ମୁକ୍ତିଲାଭ ହେବା ପରେ ହିଁ ଜଣାପଡ଼ିବ।

Leave A Reply