ଉତ୍ତର କୋରିଆ ପାଖରେ ୬୦ଟି ପରମାଣୁ ଅସ୍ତ୍ର ରହିଛି , ଦକ୍ଷିଣ କୋରିଆ

0

ସିଓଲ .- ଉତ୍ତରକୋରିଆ ନିକଟରେ ୬୦ଟି ପରମାଣୁ ଅସ୍ତ୍ର ରହିଥିବା କଥା ଦକ୍ଷିଣ କୋରିଆ କହିଛି । ଦକ୍ଷିଣ କୋରିଆର ଏକତ୍ରୀ କରଣ ମନ୍ତ୍ରି ଚୋ ମ୍ୟୁଓଉଙ୍ଗ-ଗ୍ୟୋନ୍‌ କହିଛନ୍ତି । ଦକ୍ଷିଣ କୋରିଆର ସଂସଦରେ ସେ ଏ ବିଷୟରେ ଘୋଷଣା କରିଛନ୍ତି । ଗୁଇନ୍ଦା ରିପୋର୍ଟ ଆଧାରରେ ସେ ଏହି କଥା କହିଛନ୍ତି ।

ହେଲେ ଦକ୍ଷିଣ କୋରିଆ ଉତ୍ତର କୋରିଆକୁ ପରମାଣୁ ଶକ୍ତି ଭାବେ  ବିବେଚନା କରୁ ନାହିଁ ବୋଲି ସେ  ସୂଚନା ଦେଇଛନ୍ତି । ଉତ୍ତର କୋରିଆକୁ ନିରସ୍ତ୍ର କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚୋ ମ୍ୟୁଓଉଙ୍ଗ-ଗ୍ୟୋନ୍‌ କହିଛନ୍ତି ।

Leave A Reply