ଭାରତୀୟ ବଜାରକୁ ଆସିଲା ‘ନୋକିଆ ୮.୧’

0

ନୂଆଦିଲ୍ଲୀ : ଏଚ୍‍ଡିଏମ୍‍ ଗ୍ଳୋବାଲର ନୂଆ ସ୍ମାର୍ଟଫୋନ ନୋକିଆ ୮.୧ ଭାରତୀୟ ବଜାରକୁ ପ୍ରବେଶ କରିଛି। ପ୍ରଥମେ ଦୁବାଇରେ ଏହି ଫୋନକୁ ଲଞ୍ଚ କରାଯାଇଥିଲା। ନୋକିଆ ୮.୧ ଫୋନକୁ ୧୦ତାରିଖ ସୋମବାର ଦିନ ନୂଆ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲଞ୍ଚ କରାଯାଇଛି। ନୋକିଆ ୮.୧ର ବିକ୍ରି ଡିସେମ୍ବର ୨୧ତାରିଖରୁ ହେବ। ଆମାଜନରେ ଏହି ଫୋନ ଉପଲବ୍ଧ ରହିବ। ଫୋନର ମୂଲ୍ୟ ୨୬,୯୯୯ଟଙ୍କା। ଫୋନରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ ମିଳିବ। ଏହି ଫୋନ ଆଣ୍ଡ୍ରଏଡ ୱାନ ଫୋନର ଏକ ଅଂଶ। ନୋକିଆ ୮.୧ରେ ୬୦୧୮ଇଞ୍ଚ୍‍ର ଫୁଲ ଏଚ୍‍ଡି ପ୍ଲସ ଡିସପ୍ଲେ ରହିଛି ଯାହାର ରିଜୋଲ୍ୟୁସନ ୧୦୮୦/୨୨୪୪ପିକ୍ସଲ ଏବଂ ଆସପେକ୍ଟ ରେଶିୟୋ ୧୮.୭:୯ ରହିଛି। ଏହି ଫୋନରେ କ୍ୱାଲାକମର ଅକ୍ଟାକୋର ସ୍ନାପଡ୍ରାଗନ ୭୧୦ପ୍ରୋସେସର, ୪ଜିବି ରାମ ଏବଂ ୬୪ଜିବିର ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ୪୦୦ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ ରହିଛି। ଯେଉଁଥିରେ ଜେସ୍‍ ଆକ୍ଟିସ୍‍ର ବ୍ୟବହାର କରାଯାଇଛି।ଏଥିରେ ଗୋଟିଏ କ୍ୟାମେରା ୧୨ମେଗାପିକ୍ସଲ ଏବଂ ଅନ୍ୟଟି ୧୩ମେଗାପିକ୍ସଲର ରହିଛି। ଏହାର ଆଗପଟ କ୍ୟାମେରା ୨୦ମେଗାପିକ୍ସେଲର। ଏଥିରେ ୩୫୦୦ଏମ୍‍ଏଚର ବ୍ୟାଟେରୀ ଦିଆଯାଇଛି। ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଏହାସହିତ ୧୮ୱାଟର ଜାର୍ଜର ମଧ୍ୟ ମିଳିବ। ସଂଯୋଗପାଇଁ ଫୋନରେ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ, ଜିପିଏସ୍‍, ଏ-ଜିପିଏସ୍‍, ଏଫଏମ ରେଡିୟୋ, ୩.୫ଏମ୍‍ଏମର ହେଡପୋନ ଜ୍ୟାକ୍‍ ଏବଂ ୟୁଏସବି ଚାର୍ଜିଙ୍ଗ ମଳିବ।

Leave A Reply