ଭାରତରେ ଲଞ୍ଚ ହେଲା ବିଶ୍ୱର ପ୍ରଥମ ୬ କ୍ୟାମେରା ବିଶିଷ୍ଟ ମୋବାଇଲ୍‌ ଫୋନ୍‌

ନୂଆଦିଲ୍ଲୀ . – ଦୁନିଆର ପ୍ରଥମ ୬ କ୍ୟାମେରା ବିଶିଷ୍ଟ ନୋକିଆ ମୋବାଇଲ୍‌ ଫୋନ୍‌ ଭାରତରେ ଲଞ୍ଚ ହୋଇଛି । ଏହି ମୋବାଇଲ୍‌ ଫୋନ୍‌ର ପଛ ପାଖରେ ୫ଟି କ୍ୟାମେରା ରହିଛି । ଏହି ସବୁ କ୍ୟାମେରା ୧୨ ମୋଗା ପିକ୍ସେଲ ବିଶିଷ୍ଟ । ସେଲ୍ଫି ପାଇଁ ଆଗ ପାଖରେ ଥିବା କ୍ୟାମେରା ୨୦ ମେଗାପିକ୍ସେଲ୍‌ ବିଶିଷ୍ଟ ।
ଏବେ ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ନୋକିଆ ଫୋନ୍‌ର ଉତ୍ପାଦନ ଓ ବିକ୍ରି କରୁଛି । ନୋକିଆ ନାଇନ୍‌ ପ୍ୟୁଓର ଭ୍ୟୁ ନାମର ଏହି ଫୋନ୍‌ର ମୂଲ୍ୟ ୪୯,୯୯୯ ଟଙ୍କା ରହିଛି।
ଏହି ଫୋନ୍‌କୁ ଜୁଲାଇ ୧୦ ତାରିଖରୁ ନୋକିଆର ଅଫିସିଆଲ୍‌ ପାର୍ଟନର୍‌ ଫିଲ୍ପ୍‌କାର୍ଟ ୧୭ ଜୁଲାଇରୁ ସମସ୍ତ ରିଟେଲ୍‌ ସପ୍‌ରେ ଉପଲବ୍ଧ ହେବ ।
ନୋକିଆ ଏହି ସ୍ମାର୍ଟ ଫୋନ୍‌ ୫.୯୯ ଇଞ୍ଚ୍‌ ବିଶିଷ୍ଟ । ଏଥିରେ ଏଚ୍‌ଡି+ ପିଓଏଲ୍‌ଇଡି ଡିସପ୍ଲେ ରହିଛି ।
ଏହା ୧୪୪୦x୨୯୬୦ ପିକ୍ସେଲ୍‌ ବିଶିଷ୍ଟ ।
ଫୋନ୍‌ରେ ଇନ୍‌ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର୍‌ ରହିଛି ।
ଏଥିରେ ୬ ଜିବି ରାମ୍‌ ଓ ୧୨୮ ଜିବିର ଷ୍ଟୋରେଜ୍‌ ରହିଛି ।
ଏଥିରେ ଆଣ୍ଡ୍ରଏଡ୍‌ ନାଇନ୍‌ ପାଇ ଅପରେଟିଙ୍ଗ ସଫ୍ଟଓ୍ୱାର ରହିଛି ।
ଏହାର ବ୍ୟାଟେରୀ କ୍ଷମତା ୩,୩୨୦ ଘଣ୍ଟା ।
ଏଥିରେ କ୍ୱାଲକମ୍ ଅକ୍ଟାକୋର ସ୍ନେପ୍‌ଡ୍ରେଗନ୍‌ ୮୪୫ ପ୍ରୋସେସର୍‌ ରହିଛି ।

Comments are closed.