ନୋଡାଲ ଅଫିସରଙ୍କ ଆତ୍ମସୁରକ୍ଷା ଶିବିର ପରିଦର୍ଶନ

0

ତୁମୁଡିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ କନିଷ୍ଠ ମହାବିଦ୍ୟାଳୟରେ ଚାଲିଥିବା ବାଳିକା ଆତ୍ମ ସୁରକ୍ଷା ତାଲିମ ଶିବିରକୁ ଆତ୍ମ ସୁରକ୍ଷାର ନୋଡାଲ ଅଫିସର ଡ଼ଃ ସନ୍ତୋଷ କୁମାର ପ୍ରଧାନ ପରିଦର୍ଶନ କରିଥିଲେ। ବାଳିକା ମାନଙ୍କୁ ଆତ୍ମ ସୁରକ୍ଷାର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ନିୟମିତ ଭାବରେ ଏଭଳି ଅଭ୍ୟାସ ଜାରି ରଖିବା ପାଇଁ ଉପସ୍ଥିତ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ୟ୍ୟକ୍ରମକୁ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପକ ସତ୍ୟରଞ୍ଜନ ପାଣିଗ୍ରାହୀ ପରିଚାଳନା କରିଥିଲେ। ମାଷ୍ଟର ଟ୍ରେନର ଭାବେ କୁମାରୀ ନୟମି ନାୟକ ଓ ସଂଯୁକ୍ତା ନାୟକ ତାଲିମ ପ୍ରଦାନ କରିଥିଲେ।

Leave A Reply