ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ୍‍

ଜେନେଭା : ନୋବେଲ ପୁରସ୍କାର କମିଟି ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ୩ ଜଣ ପ୍ରସିଦ୍ଧ ବୈଜ୍ଞାନିକଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରିବାକୁ ବୁଧବାର ଘୋଷଣା କରିଛି। ତିନ ଜଣ ବୈଜ୍ଞାନିକ ହେଉଛନ୍ତି, ଜନ୍‍ ବି ଗୁଡଏନଫ୍‍, ଏମ୍‍. ଷ୍ଟାନଲେ ୱିଟିଙ୍ଗହାମ୍‍ ଏବଂ ଆକିରା ୟୋସିନୋ। ଲିଥିୟମ୍‍ ଆୟନ୍‍ ବ୍ୟାଟେରୀ ବିକାଶ ପାଇଁ ତିନି ଜଣଙ୍କୁ ଏହି ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

୧୯୪୧ରେ ଜନ୍ମିତ ବୈଜ୍ଞାନିକ ୱିଟିଙ୍ଗହାମ୍‍ ୧୯୭୦ ମସିହା ବେଳକୁ ପ୍ରଥମ କାର୍ଯ୍ୟକ୍ଷମ ଲିଥିୟମ୍ ବ୍ୟାଟେରୀର ବିକାଶ କରାଇଥିଲେ। ଯେଉଁଥିରେ ୧୯୨୨ରେ ଜନ୍ମିତ ବୈଜ୍ଞାନିକ ଗୁଡ୍ଏନଫ୍ ଏହାର କ୍ଷମତା ବୃଦ୍ଧି କରିବାରେ ସକ୍ଷମ ହୋଇଥିଲେ। ଶେଷରେ ୧୯୪୮ରେ ଜାପାନରେ ଜନ୍ମଗ୍ରହଣ କରିଥିବା ୟୋସିନୋ ଲିଥିଅମ୍ ଆୟନ୍ ଭିତ୍ତିକ ବ୍ୟାଟେରୀର ବିକାଶ କରିଥିଲେ। ସମ୍ପ୍ରତି ୱିଟିଙ୍ଗହାମ୍‍ ନ୍ୟୁୟର୍କର ବ୍ରିଂହାମ୍‌ଟନ୍‌ ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ବେଳେ ଗୁଡଏନଫ୍ ଆମେରିକାର ଟେକ୍ସାସ୍ ବିଶ୍ବବିଦ୍ୟାଳୟରେ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଅନ୍ୟତମ ବୈଜ୍ଞାନିକ ଆକିରା ୟୋସିନୋ ଜାପାନର ମୈଜୋ ବିଶ୍ବବିଦ୍ୟାଳୟରେ ପ୍ରଫେସର ଅଛନ୍ତି।

Comments are closed.