ବିଭିନ୍ନ ଦାବିକୁ ନେଇ ଭୋଟ ବର୍ଜନ କଲେ ଗ୍ରାମବାସୀ

ଫୁଲବାଣୀ : ଫୁଲବାଣୀର ଡକାଙ୍ଗି ଗ୍ରାମର ୬୯ ନମ୍ବର ବୁଥ ସାମନାରେ ଗ୍ରାମବାସୀମାନେ ଧାରଣା ଦେଇଛନ୍ତି। ଗ୍ରାମକୁ ପୋଲ ଓ ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀମାନେ ଧାରଣା ଦେଇଥିବା ଜଣାପଡିଛି। ସେମାନଙ୍କ ଦାବି ପୂରଣ ନ ହେବାରୁ ଗୁରୁବାର ଦିନ ବୁଥ ସାମ୍ନାରେ ଧାରଣା ଦେଇଛନ୍ତି। ବଲାଙ୍ଗୀର ଜିଲା ଲୋଇସିଂହାର ୨ଟି ବୁଥ୍‌ରେ ମଧ୍ୟ ଭୋଟ ବର୍ଜନ ହୋଇଛି। ମତଦାନ କେନ୍ଦ୍ର ଦୂର ହୋଇଥିବାରୁ ବବଜା ଓ ଜଙ୍କରିଆ ଗ୍ରାମବାସୀମାନେ ଭୋଟ ବର୍ଜନ କରିଥିବା ଜଣାପଡିଛି। ସେହିପରି ନୟାଗଡ ଦଶପଲ୍ଲା ଅନ୍ତର୍ଗତ ଦୁଇଟି ପଞ୍ଚାୟତର ପ୍ରାୟ ୧୪ଟି ଗ୍ରାମର ଲୋକେ ଭୋଟ ବର୍ଜନ କରିଛନ୍ତି। ସେମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ଭୋଟ ବର୍ଜନ କରିଥିବା ଜଣାପଡିଛି। 

Comments are closed.