କାଶ୍ମୀର ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣର ଭୟ ନାହିଁ : ଜାବଡେକର

0

ନୂଆଦିଲ୍ଲୀ : ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ପୁଲ୍‍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କାଶ୍ମୀର ଛାତ୍ରଛାତ୍ରୀ ଉପରେ ଆକ୍ରମଣ କରାଯାଉଥିବା ବିଷୟକୁ ଖଣ୍ଡନ କରିଛନ୍ତି। ସେମାନଙ୍କ ଉପରେ ଆକ୍ରମଣର କୌଣସି ଭୟ ନାହିଁ ବୋଲି ଶ୍ରୀ ଜାବଡେକର କହିଛନ୍ତି।
ବୁଧବାର ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜାବଡେକର କହିଛନ୍ତି, କାଶ୍ମୀର ଛାତ୍ରଛାତ୍ରୀମାନଙ୍କ ଉପରେ ଆକ୍ରମଣ ସଂକ୍ରାନ୍ତରେ ଯେଉଁଭଳି ଭୟ ସୃଷ୍ଟି କରାଯାଉଛି, ସେଭଳି କୌଣସି ଆକ୍ରମଣ ହେଉ ନାହିଁ। ସେ କହିଛନ୍ତି ଯେ, ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଲୋକଙ୍କ ମନରେ କ୍ରୋଧ ସୃଷ୍ଟି ହୋଇଛି; କିନ୍ତୁ ଏହି ଘଟଣାରେ କୌଣସି ଛାତ୍ର ଛାତ୍ରୀଙ୍କ ଉପରେ ଆକ୍ରମଣ ହୋଇ ନାହିଁ । ଦେଶର ବିଭିନ୍ନ ସ୍ଥାନରେ ପାଠପଢୁଥିବା କାଶ୍ମୀର ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବା ପାଇଁ ପୂର୍ବରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply