ନିର୍ମାଣ ହେବ ‘ନୋ ଏଣ୍ଟ୍ରି-୨’: ସ୍ପଷ୍ଟ କଲେ ବୋନୀ

ମୁମ୍ବଇ : ୨୦୦୫ରେ ପରଦାକୁ ଆସିଥିବା ଏକାଧିକ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ନୋ ଏଣ୍ଟ୍ରି’ର ସିକ୍ୱେଲକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଥିଲା। ଏବେ ଏହାର ପ୍ରଯୋଜକ ବୋନୀ କପୁର ଏହାର ସିକ୍ୱେଲ ନିଶ୍ଚିତ ନିର୍ମାଣ ହେବ ବୋଲି ସ୍ପଷ୍ଟ କରିଛନ୍ତି। ଏକ ସାକ୍ଷାତକାରରେ ବୋନୀ କହିଛନ୍ତି, “ନୋ ଏଣ୍ଟ୍ରି-୨ ନିଶ୍ଚିତ ତିଆରି ହେବ। ହେଲେ ମୁଁ ଜାଣିନି ଯେ ଏହାକୁ କେବେ ଆରମ୍ଭ କରିବି। ନିର୍ଦ୍ଦେଶକ ଅନୀସ ବାଜମୀଙ୍କ ସହ ମିଶି ମୁଁ ସ୍କ୍ରିପ୍ଟ ପ୍ରସ୍ତୁତ କରି ସାରିଛି। ତେବେ ଖୁବ୍‍ଶୀଘ୍ର ଏହାର ଶୁଟିଂ ଆରମ୍ଭ ହେବ ବୋଲି ଆଶା କରୁଛି”। ସେ ପୁନଶ୍ଚ କହିଛନ୍ତି, “ପ୍ରଥମ ଭାଗଠାରୁ ଏହା ୧୦ ଗୁଣା ଅଧିକ ଦର୍ଶକଙ୍କ ମନୋରଞ୍ଜନ କରିବ। ଏହା ଆପଣଙ୍କୁ ବହୁତ ହସାଇବ”। ତେବେ ପ୍ରଥମ ଭାଗ ଭଳି ‘ନୋ ଏଣ୍ଟ୍ରି-୨’ରେ ସଲମାନ ଖାନ ରହିବେ କି ନାହିଁ ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ।

Comments are closed.