୬୪ ବ୍ୟାଙ୍କରେ ଥିବା ୧୧ହଜାର ୩୦୨ କୋଟି ଟଙ୍କାର କେହି ଦାବିଦାର ନାହାନ୍ତି: ରିଜର୍ଭ ବ୍ୟାଙ୍କ

0

ନୂଆଦିଲ୍ଲୀ:  ଦେଶର ୬୪ ବ୍ୟାଙ୍କରେ ୧୧ ହଜାର ୩୦୨ କୋଟି ଟଙ୍କା ଜମା ରାଶିର କେହି ଦାବି ଦାର ନ ଥିବା କଥା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପ୍ରକାଶ କରିଛି । ପ୍ରାୟ ୩ କୋଟି ଆକାଉଣ୍ଟ ଧାରୀଙ୍କ ନାମରେ ଏହି ଜମା ଟଙ୍କା ରହିଛି । ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ କେବଳ ଏକ ହଜାର ୨୬୨ କୋଟି ଟଙ୍କା ରହିଛି ଯାହାର କେହି ଦାବିଦାର ନାହାନ୍ତି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏପରି ୧,୨୫୦ କୋଟି ଟଙ୍କା ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ଗତ ଦଶ ବର୍ଷ ଧରି ଏହି ଟଙ୍କା ଏପରି ରହିଛି । ଏହାକୁ କେହି ଦାବି କରୁ ନାହାନ୍ତି । ଏହି ଜମା ଟଙ୍କାକୁ ଏବେ ଜମାକାରୀଙ୍କ ଶିକ୍ଷା ଓ ସଚେତନା ଫଣ୍ଡକୁ ଦିଆଯାଇଛି ।

ଭାରତରେ ରହିଥିବା ବ୍ୟାଙ୍କମାନଙ୍କରେ ୧୦୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଜମା ରାଶି ରହିଥିବା ଏକ ଜାତୀୟ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଦାବିଦାର ନଥିବା ଟଙ୍କାର ଜମାକାରୀମାନେ ମୁଖ୍ୟତଃ ମୃତ୍ୟୁ ବରଣ କରିଥାଇପାରନ୍ତି , ଓ କେତକ ଲୋକଙ୍କର ଏକାଧିକ ଆକାଉଣ୍ଟ ଥିବାରୁ କେତକ ଆକାଉଣ୍ଟକୁ ସେମାନେ ବ୍ୟବହାର କରୁ ନଥିବା ଓ ବେନାମୀ ଆକାଉଣ୍ଟ ହୋଇପାରେ ବୋଲି ଆଇଆଇଏମ୍‌ ବେଙ୍ଗାଲୁରର ପ୍ରଧ୍ୟାପକ ଚରଣ ସିଂ ସୂଚନା ଦେଇଛନ୍ତି ।

ବ୍ୟାଙ୍କ ପ୍ରାଧିକରଣ ଆଇନ ୧୯୪୯ର ଧାରା ୨୬ ଅନୁସାରେ ପ୍ରତି ଦଶ ବର୍ଷରେ ଭାରତରେ କାରବାର କରୁଥିବା ବ୍ୟାଙ୍କମାନେ ୧୦ ବର୍ଷ ମଧ୍ୟରେ ସଚଳ ନଥିବା ଆକାଉଣ୍ଟମାନଙ୍କର ବିଷୟରେ ସୂଚନା ଦେଇଥାଆନ୍ତି

Leave A Reply