ଜାତୀୟ ସ୍ତରରେ କଂଗ୍ରେସ ସହ ମେଣ୍ଟ ହେବ ନାହିଁ : ୟେଚୁରୀ

0

ଭୁବନେଶ୍ବର : ରାଜ୍ୟର ମର୍ଯ୍ୟଦାପୂର୍ଣ୍ଣ ଭୁବନେଶ୍ବର ଲୋକସଭା ଆସନରୁ ସିପିଏମ୍‌ର ବରିଷ୍ଠ ନେତା ଜନାର୍ଦ୍ଦନ ପତି ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ ହୋଇଛି । ସିପିଏମ୍‌ର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପତି କହିଛନ୍ତି ଯେ, କଂଗ୍ରେସ ସହ ଆଲୋଚନା ହୋଇ ଆସନ ବୁଝାମଣା ହୋଇଛି। ସେ ଭୁବନେଶ୍ବରରୁ ଆସନ୍ତା ଲୋକସଭା ନିର୍ବାଚନ ଲଢିବେ। ତେବେ ସିପିଏମ୍‌ର ଜାତୀୟ ସମ୍ପାଦକ ସୀତାରାମ ୟେଚୁରୀ ଦେଇଥିବା ମନ୍ତବ୍ୟ ଅନୁଯାୟୀ ଜାତୀୟସ୍ତରରେ କଂଗ୍ରେସ ସହ ମେଣ୍ଟ ହେବ ନାହିଁ। କିନ୍ତୁ ସୁନ୍ଦରଗଡ଼ର ବଣାଇ ବିଧାନସଭା ଆସନରେ ତାଙ୍କ ଦଳର ବିଧାୟକ ଥିବାରୁ ଓଡ଼ିଶାରେ ଆସନ ବୁଝାମଣା ହୋଇଛି। ସୁନ୍ଦରଗଡ଼ ଲୋକସଭା ଆସନରେ ସିପିଏମ୍‌ ଏହା ବଦଳରେ କଂଗ୍ରେସକୁ ସମର୍ଥନ ଦେଇ ବିଜେପି ଓ ବିଜେଡ଼ିର ରାସ୍ତା ରୋକିବାକୁ ସ୍ଥିର କରିଛି। ରାଜ୍ୟ କମିଟି ସିପିଏମ୍‌ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ କହିଛନ୍ତି ଯେ, ଭୁବନେଶ୍ବର ଲୋକସଭା ଆସନ ସମ୍ପର୍କରେ କଂଗ୍ରେସ ସହ ଆଲୋଚନା ହୋଇ ଆସନ ବୁଝାମଣା ହୋଇଛି। ଆଗାମୀ ନିର୍ବାଚନରେ ଦଳର ବରିଷ୍ଠ ଓ ପୁରୁଖା ନେତା ଜନାର୍ଦ୍ଦନ ପତି ନିର୍ବାଚନ ଲଢିବା ଏକ ପ୍ରକାର ଚୂଡାନ୍ତ ହୋଇଛି । ରାଜ୍ୟର ଆଉ ୭ଟି ବିଧାନସଭା ଆସନ ନେଇ କଂଗ୍ରେସ ସହ ଆଲୋଚନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ର ବଣାଇ ବିଧାନସଭା ଆସନ, ନିଳଗିରୀ, ରେମୁଣା, ପାଲଲହଡ଼ା, ରଣପୁର , ବ୍ରହ୍ମଗିରି ଆସନ ନେଇ କଂଗ୍ରେସ ସହ ଆଲୋଚନା ଚାଲିଛି। ନିଶ୍ଚିତ ଭାବରେ ରାଜ୍ୟରେ କେତେକ ଆସନରେ କଂଗ୍ରେସ ସହିତ ଆସନ ବୁଝାମଣା ଚୂଡାନ୍ତ ହେବ ବୋଲି ଦଳ ଆଶା ରଖିଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ସିପିଆଇ ସହ କେତେକ ଆସନ ନେଇ ବୁଝାମଣା ହୋଇଥିବା ବେ​‌େ​‌ଳ ସିପିଏମ୍‌ ସହ ମଧ୍ୟ ଭୁବନେଶ୍ବର ଲୋକସଭା ଆସନ ନେଇ ଆଲୋଚନା ହୋଇଛି। ରାଜ୍ୟରେ ସିପିଆଇ, ସିପିଏମ୍‌ ଓ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ସହ ଆସନ ବୁଝାମଣା ନେଇ କଂଗ୍ରେସ ଆଲୋଚନା ଜାରି ରହିଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି।

Leave A Reply