ମଞ୍ଚ ଉପରେ ଅଚେତ ହେଲେ ନୀତୀନ ଗଡ଼କରୀ: ନିଆଗଲା ଡାକ୍ତରଖାନା
ଅହମଦନଗର: ମହାରାଷ୍ଟ୍ରର ଅହମଦନଗରର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ମଞ୍ଚ ଉପରେ ଗଡ଼କରୀ ଅଚେତ ହୋଇ ପଡ଼ିଥିଲେ। ଏହି ସମୟରେ ତାଙ୍କ ସହ ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓ ମଧ୍ୟ ମଞ୍ଚାସୀନ ଥିଲେ। ଗଭର୍ଣ୍ଣର ହିଁ ତାଙ୍କୁ ଅଚେତ ଅବସ୍ଥାରେ ପଡ଼ିଯାଉଥିବାବେଳେ ଧରିଥିଲେ। ଗଡ଼କରୀଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା।
ପରେ ନୀତୀନଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ତାଙ୍କ ସ୍ୱାସ୍ଥବସ୍ଥା ଠିକ୍ ହୋଇଯାଇଥିବା ସମ୍ପର୍କରେ ସୂଚନା ଦେଇ ସେ ଅନ୍ୟ ଏକ କାର୍ଯ୍ୟକ୍ରମ ପାଇଁ ଗସ୍ତ କରିଛନ୍ତି ବୋଲି ପ୍ରକାଶ କରାଯାଇଛି।
ଗଡ଼କାରୀ ଅହମଦନଗରସ୍ଥିତ ମହାତ୍ମା ଫୁଲୋ କୃଷି ବିଦ୍ୟାପିଠର ଦିକ୍ଷାନ୍ତ ସମାରୋହରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଷ୍ଟ୍ରଗାନ ଚାଲିଥିବାବେଳେ ଅନ୍ୟାନ୍ୟ ଅତିଥିଙ୍କ ସହ ଗଡ଼କରୀ ମଧ୍ୟ ଛିଡ଼ା ହୋଇଥିଲେ। ଏହି ସମୟରେ ଗଡ଼କାରୀ ହଠାତ୍ ଚେତାହରାଇ ଥିଲେ।
@nitin_gadkari Gadkari को स्टेज पर बेहोश हुए। स्टेज पर गिरने से पहले राज्यपाल विद्यासागर राव ने गडकरी को अपने हाथों में थामा। नितिन गडकरी को स्थानीय अस्पताल में भर्ती कराया गया है। गडकरी अहमदरनगर में महात्मा फुले कृषि यूनिवर्सिटी के दीक्षांत समारोह में मौजद थे।@sahiljoshii pic.twitter.com/2czbdEovi4
— Mumbai Tak (@mumbaitak) December 7, 2018