ତିନିଦିନିଆ ଫ୍ରାନ୍ସ ଗସ୍ତରେ ସୀତାରମଣ

0

ନୂଆଦିଲ୍ଲୀ : ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଠାରୁ ତିନିଦିନିଆ ଫ୍ରାନ୍ସ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଛନ୍ତି । ଏହି ଅବସରରେ ସେ ଫରାସୀ କର୍ତ୍ତୃପକ୍ଷଙ୍କ ସହ ପ୍ରତିରକ୍ଷା ସହଯୋଗ ଓ ନିରାପତ୍ତା ସଂପର୍କରେ ଆଲୋଚନା କରିବେ। ସରକାରୀଭାବେ ମିଳିଥିବା ତଥ୍ୟ ଅନୁସାରେ, ଶ୍ରୀମତୀ ସୀତାରମଣ ତାଙ୍କର ଫରାସୀ ପ୍ରତିପକ୍ଷ ଫ୍ଲୋରେନ୍ସ ପାର୍ଲିଙ୍କୁ ସାକ୍ଷାତ କରିବେ। ଏହି ଦୁଇ ନେତ୍ରୀ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ସ୍ୱାର୍ଥଜଡ଼ିତ ବିଷୟରେ ଆଲୋଚନା କରିବେ। ଏହାଛଡ଼ା ଅସ୍ତ୍ରଶସ୍ତ୍ର ଉତ୍ପାଦନ ଓ କାରବାର ନେଇ ଦୁଇପକ୍ଷ ମଧ୍ୟରେ ଏହି ଅବସରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନ ମାର୍ଚ୍ଚ ମାସରେ ଭାରତ ଆସିଥିବାବେଳେ ଦୁଇଦେଶ ମଧ୍ୟରେ ଆତଙ୍କବାଦ ଦମନ ସହଯୋଗକୁ ମଜଭୁତ କରିବା ଓ ସାମରିକ ସଂପର୍କ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ଅନ୍ୟପକ୍ଷରେ ରାଫେଲ ଚୁକ୍ତିକୁ ନେଇ ଦେଶରେ ରାଜନୀତି ଜୋର ଧରିଥିବା ବେଳେ ସୀତାରମଣଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।

Leave A Reply