ନିରବଙ୍କ ବିରୋଧରେ ଗିରଫ ପରୱାନା

0

ଲଣ୍ଡନ୍‍ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି)ମହାଠକେଇ ଘଟଣାର ମୁଖ୍ୟ କାର୍ପଟଦାର ନିରବ ମୋଦିଙ୍କ ବିରୋଧରେ ସୀମା ଶୁଳ୍କ ଠକେଇ ଅଭିଯୋଗରେ ରାଜସ୍ୱ ଗୁଇନ୍ଦା ମହାନିର୍ଦେଶାଳୟ (ଡିଆର୍‍ଆଇ) ଗିରଫ ପରୱାନା ଜାରି କରିଛି। ନିରବ ଅଦାଲତରେ ହାଜର ହେବାରେ ବିଫଳ ହେବା ପରେ ଗୁଜରାଟ ସୁରତ୍‍ର ଏକ କୋର୍ଟଙ୍କ ପକ୍ଷରୁ ତାଙ୍କ ବିରୋଧରେ ଏହି ପରୱାନା ଜାରି କରାଯାଇଛି। ମାର୍ଚ୍ଚରେ ଡିଆର୍‍ ପକ୍ଷରୁ ନିରବଙ୍କ ଫାୟାରଷ୍ଟାର ଇଣ୍ଟର ନ୍ୟାସନାଲ ପ୍ରାଇଭେଟ୍‍ ଲିମିଟେଡ୍‍, ଫାୟାରଷ୍ଟାର ଇଣ୍ଟରନ୍ୟାସନାଲ ଡାଏମଣ୍ଡ୍‍ ପ୍ରାଇଭେଟ୍‍ ଲିମିଟେଡ୍‍ ଏବଂ ରାଧାଶ୍ରୀ ଜୁଏଲେରୀ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡ୍‍ ବିରୋଧରେ ଶୁଳ୍କ ମୁକ୍ତ ଆମଦାନୀ ହୋଇଥିବା ଉତ୍ପାଦକୁ ପ୍ରତିପାଦିତ ଉର୍ଦେଶ ବ୍ୟତୀତ ଅନ୍ୟତ୍ର ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି।

Leave A Reply