ଅନଲାଇନରେ ନିଲାମ ହେବ ନୀରବ ମୋଦୀଙ୍କ ବିଳାସମୟ ଗାଡ଼ି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି)ର ବହୁ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦୀଙ୍କ ବିଳାସମୟ କାରଗୁଡ଼ିକୁ ଅନଲାଇନରେ ନିଲାମ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ଆୟକର ବିଭାଗ ନୀରବ ମୋଦୀଙ୍କ ବାସଭବନରେ ଥିବା ପେଣ୍ଟିଂଗୁଡ଼ିକୁ ବିକ୍ରି କରିଥିଲା। ଏବେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ତାଙ୍କର ୧୩ଟି ବଳାସମୟ ଗାଡ଼ିର ବିକ୍ରି ପ୍ରକ୍ରିୟା ଆରମ୍ଭ କରିଛି। ଅପ୍ରେଲ ୧୮ରେ ଏହି ଗାଡ଼ିଗୁଡ଼ିକୁ ନିଲାମ କରାଯିବ ବୋଲି ସୂଚନା ଦିଆଯାଇଛି। ଆୟକର ବିଭାଗ ନୀରବ ମୋଦୀଙ୍କ ବଙ୍ଗଳାରେ ଲାଗିଥିବା ମୂଲ୍ୟବାନ ଚିତ୍ରକଳା (ପେଣ୍ଟିଂ) ବିକି ୫୮.୮୪ କୋଟି ଟଙ୍କା ସଂଗ୍ରହ କରିଥିଲା। ଏବେ ଇଡ଼ି ଅନଲାଇନରେ ନୀରବଙ୍କ ରୋଲ୍ସ ରୟସି ଘୋଷ୍ଟ, ପୋର୍ସଚି ପାନାମେରା, ୨ଟି ମର୍ସିଡିଜ ବେଞ୍ଜ, ତନିଟି ହୋଣ୍ଡା ଗାଡ଼ି, ଟୟୋଟା ଫର୍ଚ୍ୟୁନର ଏବଂ ଇନୋଭା ସାମିଲ ଅଛି।
ନିଲାମ ପ୍ରକ୍ରିୟା ଶେଷ ହେବା ପରେ ଗାଡ଼ି କିଣିଥିବା ଲୋକଙ୍କୁ ପଞ୍ଜିକରଣ ପାଇଁ ସମୟ ଦିଆଯିବ। ୱେଷ୍ଟମିନିଷ୍ଟର ଅଦାଲତରେ ଜାମିନ ଆବେଦନ ଖରାଜ ହେବା ପରଠାରୁ ନୀରବ ମୋଦୀ ଲଣ୍ଡନର ୱାଡସୱର୍ଥ ଜେଲରେ ଅଛନ୍ତି।

Comments are closed.