ମୁକ୍ତିଲାଭ କଲା ‘ନିମକି-ନିମପୁରରୁ ନବୀନ ନିବାସ’

0

କଟକ : ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ନିମକି-ନିମପୁରରୁ ନବୀନ ନିବାସ’ ବୁଧବାର ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରରେ ଜଣେ ସାଧାରଣ ଝିଅର ଅସାଧାରଣ କାହାଣୀ ଦେଖିବାକୁ ମିଳିଛି। ବର୍ଷା ଏହି ଚଳଚ୍ଚିତ୍ରକୁ ନିଜ ଡ୍ରିମ୍ ପ୍ରୋଜେକ୍ଟ ବୋଲି କହିଛନ୍ତି। ସେ ନିଜେ ହିଁ ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିବା ସହ କାହାଣୀ ରଚନା କରିଛନ୍ତି। ଦିଲ୍ଲୀପ ଚୌଧୁରୀ ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି। ସୁଶାନ୍ତମଣିଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ। ତେବେ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ସମ୍ପୂର୍ଣ୍ଣ ଟିମ୍ ର ଆଶା ରହିଛି।

Leave A Reply