ବଳାତ୍କାର ଅଭିଯୋଗ; ନିମାପଡ଼ା ଥାନା କନଷ୍ଟେବଳ ଗିରଫ

ଭୁବନେଶ୍ଵର: ପୁଣି ଥରେ ଖାକିରେ କଳଙ୍କ ଲାଗିଛି। ବଳାତ୍କାର ଅଭିଯୋଗରେ ପୁରୀ ଜିଲାର ସତ୍ୟବାଦୀ ପୁଲିସ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି। ସେ ହେଲେ ନିମାପଡ଼ା ଥାନାର କନଷ୍ଟେବଳ ଗଙ୍ଗାଧର ରାଉତ। ଗଙ୍ଗାଧର ଥାନାରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।

ସୂଚନା ଅନୁସାରେ, ଗଙ୍ଗାଧରଙ୍କ ନାଁରେ ଜଣେ ମହିଳା ବଳାତ୍କାର ଅଭିଯୋଗ ଆଣିଥିଲେ। ମହିଳାଙ୍କ ଘର ସତ୍ୟବାଦୀ ଥାନା ଅଞ୍ଚଳରେ। ମହିଳାଙ୍କ ଅସହାୟତାର ସୁଯୋଗ ନେଇ ଗଙ୍ଗାଧର ତାଙ୍କୁ ବଳାତ୍କାର କରିଥିବା ନେଇ ପୀଡ଼ିତା ୨୦୧୮ରେ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଗଙ୍ଗାଧରଙ୍କୁ ନିଲମ୍ବନ କରାଯାଇଥିଲା। ପ୍ରତିବାଦରେ ଗଙ୍ଗାଧର ହାଇକୋର୍ଟ ଯାଇଥିଲେ। ପରେ ଅଦାଲତ ଅବମାନନା ଅଭିଯୋଗରେ ଗଙ୍ଗାଧରଙ୍କୁ ୪ ସପ୍ତାହ ଭିତରେ ହାଜର ହେବାକୁ ହାଇକୋର୍ଟ ନୋଟିସ ଦେଇଥିଲେ। କିନ୍ତୁ ସେ ହାଜର ହୋଇ ନ ଥିଲେ। ଫଳରେ ତାଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିଲା। ଏହା ପରେ ସେ ଫେରାର ହୋଇଯାଇଥିଲେ।

Comments are closed.