ପୁଣି ମାତିଲେ ଜଙ୍ଗଲୀ ଭାଲୁ, ଦୁଇ ଗୁରୁତର

0

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରିରେ ପୁଣି ଜଙ୍ଗଲୀ ଭାଲୁର ଆତଙ୍କ ଦେଖିବାକୁ ମିଳିଛି । ପୃଥକ ପୃଥକ ଭାଲୁ ଆକ୍ରମଣରେ ଦୁଇ ଜଣ ଆହତ ହୋଇ ନୀଳଗିରି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ମିତ୍ରପୁରର ଚଣ୍ଡୀପୁର ଗ୍ରାମର ସୁମନ ଦାସ ଘରକୁ ଫେରୁଥିବା ସମୟରେ ଘର ପାଖ ରାସ୍ତାରେ ଦୁଇଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ପରେ ଗୁରୁତର ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହୋଇ ନୀଳଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ଅନ୍ୟ ଜଣେ ହେଲେ ସାଇଡିଂସାହିର ବାରି ବେସରା ନିଜ ବାଡିକି ଶୌଚ ପାଇଁ ଯାଇଥିବା ବେଳେ ଗୋଟିଏ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ସେହି ସମୟରେ ଏକ କୁକୁର ଆସି ଭାଲୁକୁ ଆକ୍ରମଣ କରିବାରୁ ଭାଲୁଟି ମହିଳାଙ୍କୁ ଛାଡି ପଳାଇ ଯାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply