ଭାଲୁ ମଣିଷ ଲୁଚକାଳି

0

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରି ବ୍ଲକ ଧୋବଶିଳା ପଂଚାୟତ ଅଧୀନ ଖଇରବଣି ଗାଁରେ ଆଜି ଦିନ ତମାମ ଗ୍ରାମବାସୀ ଓ ଭାଲୁ ମଧ୍ୟରେ ଲୁଚକାଳି ଚାଲିଥିଲା। ଜଙ୍ଗଲରୁ ଗ୍ରାମ ମଧ୍ୟକୁ ପସି ଆସିଥିବା ଏକ ଭଲୁକୁ ଦେଖିବାକୁ ଗ୍ରାମବାସୀ ଭିଡ ଜମାଇଥିବା ବେଳେ ଭାଲୁ ମଧ୍ୟ ଜଙ୍ଗଲକୁ ଫେରି ନପାରି ସେମାନଙ୍କୁ ଗୋଡାଉଥିବା ଦେଖିବାକୁ ମିଳିଥିଲା।

ଗୁରୁବାର ରାତିରେ ଏକ ଭାଲୁ ଖାଦ୍ୟ ଅନ୍ଵେଷଣରେ ଜଙ୍ଗଲରୁ ଜନବସତିକୁ ପଶି ଆସିଥିବା ଅନୁମାନ କରାଯାଉଛି। ସକାଳ ହେବାରୁ ଭାଲୁଟି ଯାଇ ନପାରି ଗାଁରେ ଘୁରି ବୁଲୁଥିଲା। ଭାଲୁଟି ରାଗିଯାଇ କେତେକ ବାଇକ, ସାଇକେଲ ଓ ଅନ୍ୟାନ୍ୟ ଜିନିଷ ଭାଙ୍ଗି ଦେଇଛି। ବନବିଭାଗ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଭାଲୁଟି ଜଙ୍ଗଲକୁ ଘଉଡେଇବାକୁ ଉଦ୍ୟମ କରୁଛନ୍ତି।

Leave A Reply