ଜେରାପରେ ଅଭିନେତ୍ରୀ ନିକିତାଙ୍କ ସ୍ୱାମୀ ଗିରଫ

0

କଟକ .- ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ସ୍ୱାମୀକୁ ପୁଲିସ ଗିରଫ କରିଛି । ଛାତରୁ ପଡି ସନ୍ଦେହ ଜନକ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।  ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ସନାତନ ବେହେରା ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ନିକିତାଙ୍କ ସ୍ୱାମୀ ଲିପନ୍‌ ସାହୁଙ୍କୁ  ଥାନାରେ ଅଟକ ରଖି ପଚରା ଉଚରା କରିଥିଲା । ମଙ୍ଗଳବାରରେ ତାଙ୍କୁ ଅଦାଲତରେ ହାଜର କରାଯିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି । ପୁଲିସ ନିକିତାଙ୍କୁ ବାପା ଓ ମାଆଙ୍କୁ ମଧ୍ୟ ପଚରା ଉଚରା କରିଛି ।

ଶନିବାର ରାତିରେ ନିକିତା ଓ ତାଙ୍କ ସ୍ୱାମୀ ଲିପନ୍‌ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ବୋଲି ସନାତନ ବେହେରା ଅଭିଯୋଗ କରିଥିଲେ। ଏହାପରେ ଲିପନ୍‌ , ନିକିତାଙ୍କୁ ଛାତ ଉପରକୁ ଡାକି ନେଇଥିଲେ । ପରେ ନିକିତାଙ୍କ ଚିତ୍କାର ଶୁଣାଇଯାଇଥିଲା ବୋଲି  ସେ ଅଭିଯୋଗ କରିଛନ୍ତି। ଲିପୁନ ତାଙ୍କ ଝିଅକୁ ଛାତରୁ ଠେଲି ହତ୍ୟା କରିଥିବା ସନାତନ ଅଭିଯୋଗ କରିଛନ୍ତି । ତାଙ୍କ ଶାଶୁ ମଧ୍ୟ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା କଥା ସେ କହିଛନ୍ତି ।

ସୂଚନାଯୋଗ୍ୟ ଶନିବାରରେ  ଓଡ଼ିଆ ଆଲବମ୍, ଧାରାବାହିକ ଓ ଚଳଚ୍ଚିତ୍ର ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ପରଲୋକ ହୋଇଥିଲା  । କଟକର ଥିବା ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ମହାନଦୀ ବିହାରରେ ଥିବା ତାଙ୍କ ଘରର ଛାତରୁ ଖସିପଡିଥିବା ଅଭିଯୋଗ ହୋଇଥିଲା । ପ୍ରଥମେ ତାଙ୍କୁ ମହାନଦୀ ବିହାର ସ୍ଥିତ ଏକ  ଘରୋଇ  ଡାକ୍ତରଖନା  ପରେ ଏସ୍‌ସିବି ମେଡାକାଲ ଓ ପରେ ସିଡିଏରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିଲା । ରବିବାରରେ  ତାଙ୍କର ମୃତ୍ୟୁ ହୋଇଥିଲା ।  ଶବବ୍ୟଚ୍ଛେଦ ରିପୋର୍ଟରେ ମୁଣ୍ଡ ଓ ଶରୀରରେ ଆଘାତକାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା ।

 

 

 

ଅନେକ ଓଡିଆ ଆଲବମ ଓ ଧାରାବାହିକରେ ନିକିତା ଅଭିନୟ କରିଛନ୍ତି । ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମିତ ବସିଛି ମୁଁ ଭୂତ ସାଥୀରେ’, ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଚୋରି ଚୋରି’, ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମଥାରେ ଦେଇ ପାଟ ଓଢ଼ଣୀ’ , ନିଶିକାନ୍ତ ଦଳ ବେହେରାଙ୍କ ନିର୍ଦେଶିତ ‘ମୁଁ’ ଏବଂ ସୁଭାଶିଷ ପତିଙ୍କ ନିର୍ଦ୍ଦେଶିତ ‘ଗୁଣ୍ଡା’ଆଦି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ତାଙ୍କ ଅଭିନୀତ ଶେଷ ସିନେମା ଥିଲା ‘ଗୁଣ୍ଡା’ । ଏହା ପରେ ଓଡ଼ିଆ ଧାରାବାହିକ ‘ଏସ୍‌ସିପି ନିକିତା’ ଜରିଆରେ ଓଡ଼ିଶାର ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେହିପରି ‘ତପସ୍ୟା’ ଧାରାବାହିକରେ ମଧ୍ୟ ତାଙ୍କର ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା । ସେ ଗତ ଦୁଇ ବର୍ଷ ପୂର୍ବେ ଲିପନ୍‌ ସାହୁଙ୍କୁ ବିବାହ କରିଥିଲେ । ତାଙ୍କର ଏକ ଶିଶୁପୁତ୍ର ରହିଛି ।

Leave A Reply