ରାଜାହିଁ ନିହାରିକାର ହତ୍ୟାକାରୀ- ଜଗତସିଂହପୁର ଏସପି

0

ଜଗତସିଂହପୁର: ବହୁ ଚର୍ଚ୍ଚିତ ସେବିକା ନିହାରିକା ହତ୍ୟା ମାମଲାର ଏକ ବଡ ଖୁଲାସା ହୋଇଛି । ଶନିବାର ସାମ୍ବାଦିକ ସମ୍ମିଳନୀରେ ସଜଗତସିଂହପୁର ଏସପି ଆର ପ୍ରକାଶ ହତ୍ୟାର ରହସ୍ୟ ଖୋଲିଛନ୍ତି। ନିହାରିକାର ତଥାକଥିତ ପ୍ରେମିକ କିଶୋର ଅଞ୍ଚଳ ଓରଫ ରାଜାହିଁ ନିହାରିକାକୁ ହତ୍ୟା କରିଥିବା ଏସପି ଆର ପ୍ରକାଶ କହିଛନ୍ତି। ବେରୋଜଗାର ଥିବା କାରଣରୁ ନିହାରିକା ରାଜାକୁ ବିବାହ କରିବାକୁ ଚାହୁଁ ନଥିଲା। ଏଥିପାଇଁ ଦୁହିଁଙ୍କ ମଧ୍ୟରେ ଅଧିକାଂସ ସମୟ ଝଗଡ଼ା ଲାଗି ରହୁଥିଲା। ତେଣୁ ରାଜା ଉତ୍ତ୍ୟକ୍ତ ଅବସ୍ଥାରେ ନିହାରିକାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ବୋଲି ନିଜେ ଅଭିଯୁକ୍ତ ସ୍ଵୀକାର କରିଥିବା ଏସପି କହିଛନ୍ତି।

ରାଜା ୮ତାରିଖ ଦିନ ନର୍ସିଂହୋମରୁ ନିହାରିକାକୁ ନେଇ ସେଠାରୁ ଚାଉଳିଆଗଞ୍ଜର ଅପଣିଆରେ ଥିବା ରାଜାଙ୍କ ସାଙ୍ଗର ଏକ ଭଡା ଘରକୁ ନେଇଥିଲା। ସେଠାରେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା।  ପରେ ତାଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ଏକ ବାଇକରେ ନେଇ ବିଲୁଆଖାଇ ନଦୀ ପଠାରେ ଫିଙ୍ଗିଥିଲା । ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଏହି ସୂଚନା ଦେଇଛି । ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ବାଇକରେ ନେଇଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Leave A Reply