ନାଇଜେରିଆରେ  ତୈଳ ପାଇପ୍‌ ଲାଇନ୍‌ରେ ବିସ୍ଫୋରଣ ଘଟି ୫୦ ନିଖୋଜ

0

ନାଇଜେରିଆ..- ନାଇଜେରିଆରେ ତୈଳ ପାଇପ୍‌ ଲାଇନ୍‌ରେ ବିସ୍ଫୋରଣ  ହେବାରୁ ୫୦ ଜଣ ନିଖୋଜ ହୋଇଯାଇଥିବାର ସୂଚନା ମିଳିଛି ।  ନାଇଜେରିଆର ବାୟେରସା ରାଜ୍ୟରେ ଥିବା ନିମ୍ବେ କିଙ୍ଗଡମ୍‌ ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ହେବା ପରେ   ପ୍ରଚୁର ପରିମାଣରେ ପେଟ୍ରୋଲିୟମ ତୈଳ ସେହି ଅଞ୍ଚଳରେ ବ୍ୟାପି ଯାଇଥିଲା

ଏହାପରେ ଲୋକମାନେ ସେହି ସ୍ଥାନ ଛାଡି ଯିବା ପାଇଁ ଦୌଡା ଦୌଡି କରିଥିଲେ । ଫଳରେ ସେହି ସ୍ଥାନାରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି  ପ୍ରାଥମିକ ସୂଚନା ମିଳିଛି । ଏହି ପାଇପ୍‌ ଲାଇନ ଏଜିଆଇପି, ଓଆନଣ୍ଡୋ ଓ ସେଲ୍‌ ପେଟ୍ରୋଲିୟମର ବୋଲି ଜଣା ପଡିଛି ।

ନାଇଜେରିଆରେ ଚୋରି ଓ ବେଆଇନ୍‌ ତୈଳ ଶୋଧନ ଯୋଗୁଁ ଅଧିକାଂଶ ତୈଳ ପାଇପ୍‌ ଲାଇନ୍‌ରେ ବିସ୍ଫୋରଣ ଘଟିଥାଏ ।

Leave A Reply