ପୁଲ୍‍ୱାମା ଆତଙ୍କବାଦୀ ଆକ୍ରମଣ : ଏନ୍‍ଆଇଏ ପକ୍ଷରୁ ମାମଲା ରୁଜୁ

0

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‍ଆଇଏ ପୁଲ୍‍ୱାମା ଆତଙ୍କବାଦୀ ଆକ୍ରମଣର ତଦନ୍ତ ପାଇଁ ଏକ ମାମଲା ରୁଜୁ କରିଛି । ଚଳିତ ମାସ ୧୪ ତାରିଖର ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪୦ ଜଣ ସିଆର୍‍ପିଏଫ୍‍ ଯବାନ ଶହୀଦ୍‍ ହୋଇଥିଲେ।

ଏହି ଜାତୀୟ ତଦନ୍ତକାରୀ ସଂସ୍ଥା ଦକ୍ଷିଣ କାଶ୍ମୀରର ପୁଲ୍‍ୱାମା ଜିଲ୍ଲାର ବିସ୍ଫୋରଣସ୍ଥଳରୁ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ସିଆରପିଏଫ ଅଧିକାରୀ ଏବଂ ସ୍ଥାନୀୟ ପୁଲିସଙ୍କ ଉପସ୍ଥିତିରେ ଏନ୍‍ଆଇଏ ମହାନିର୍ଦ୍ଦେଶକ ୱାଇ.ସି ମୋଦୀ ଏକ ଅଧିକାରୀ ଦଳଙ୍କ ସହ ଘଟଣାସ୍ଥଳ ଗସ୍ତ କରି  ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେ ସିଆରପିଏଫ ଅଧିକାରୀ ଏବଂ ସ୍ଥାନୀୟ ପୁଲିସଠାରୁ ତଦନ୍ତର ଅଗ୍ରଗତି ବିଷୟର ତଥ୍ୟ ସଂଗ୍ରହ କରିଥିଲେ।

Leave A Reply