ନବବର୍ଷରେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କିଛି ନୂଆ କଥା

0

ସ୍ୱାସ୍ଥ୍ୟ ହିଁ ମନୁଷ୍ୟର ପ୍ରକୃତ ସମ୍ପଦ ଅଟେ। ତେଣୁ ସର୍ବଦା ସ୍ୱାସ୍ଥ୍ୟର ସଠିକ ଭାବେ ଯତ୍ନ ନିଅନ୍ତୁ। ନବବର୍ଷରେ ଆପଣଙ୍କ ସ୍ୱାସ୍ଥ୍ୟ କିପରି ରହିବ? ଆସନ୍ତୁ ଜାଣିବା ରାଶି ଅନୁଯାୟୀ ପୁରୁଣା ବର୍ଷ ଅପେକ୍ଷା ନୂତନ ବର୍ଷରେ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ….
ମେଷ – ନିଜ ସ୍ୱାସ୍ଥ୍ୟର ଠିକ ଭାବେ ଯତ୍ନ ନିଅନ୍ତୁ। ପେଟ ଜନିତ ସମସ୍ୟା ଥିଲେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଯାନବାହାନ ଚଳାଚଳ ସମୟରେ ଧ୍ୟାନ ଦିଅନ୍ତୁ। ସୂର୍ଯ୍ୟଙ୍କୁ ନିୟମିତ ଜଳ ଅର୍ପଣ କରନ୍ତୁ।
ବୃଷ – ଏହି ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟମ ଧରଣର ରହିବ। କାନ,ନାକ ଓ ହାଡ଼ଜନିତ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ନିୟମିତ ବ୍ୟାୟମ କରନ୍ତୁ। ଅଧିକ ଚିନ୍ତାଗ୍ରସ୍ତ ରୁହନ୍ତୁ ନାହିଁ। ଶନିଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ।
ମିଥୁନ – ଆପଣଙ୍କ ପାଇଁ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟମ ଧରଣର ରହିବ। ତ୍ୱଚା ପ୍ରତି ଧ୍ୟାନ ଦିଅନ୍ତୁ। ଠିକ ଭାବେ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଶରୀର ସମ୍ବନ୍ଧରେ ସମସ୍ୟା ଥିଲେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ। ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ।
କର୍କଟ – ଏହି ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ। ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ। ପ୍ରଭୁ ହନୁମାନଙ୍କୁ ନିୟମିତ ପୂଜାର୍ଚ୍ଚନା କରନ୍ତୁ।
ସିଂହ – ଏହି ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟମ ଧରଣର ରହିବ। ଯଦି ଆପଣ ମଧୁମେହ ରୋଗରେ ଆକ୍ରାନ୍ତ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନିଅନ୍ତୁ। ସୂର୍ଯ୍ୟଙ୍କୁ ନିୟମିତ ପୂଜାର୍ଚ୍ଚନା କରନ୍ତୁ।
କନ୍ୟା – ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ମୁଣ୍ଡବିନ୍ଧା ଲାଗି ରହିପାରେ। ଶନିଦେବଙ୍କୁ ନିୟମିତ ପୂଜା କରନ୍ତୁ।
ତୁଳା – ସ୍ୱାସ୍ଥ୍ୟ ଅବସ୍ଥା ଖୁବ ଭଲ ରହିବ। ମାନସିକ ଶାନ୍ତି ମିଳିବ। ଖାଦ୍ୟପେୟ ଓ ପେଟ ଜନିତ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ। ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ। ବୃହସ୍ପତିଙ୍କ ଉପାସନା କରନ୍ତୁ। ହଳଦିଆ ଦ୍ରବ୍ୟ ଦାନ କରନ୍ତୁ।
ବିଛା – ପୁରୁଣା ବର୍ଷ ଅପେକ୍ଷା ଏହି ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଭଲ ରହିବ। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଶନିଦେବଙ୍କୁ ପୂଜା କରନ୍ତୁ। କଳା ରଙ୍ଗର ବସ୍ତୁ ଦାନ କରନ୍ତୁ।
ଧନୁ – ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟମ ଧରଣର ରହିବ। ତ୍ୱଚା ଓ ଚକ୍ଷୁ ପ୍ରତି ଧ୍ୟାନ ଦିଅନ୍ତୁ। ବର୍ଷର ଆରମ୍ଭରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଗଲେ ମଧ୍ୟ ଏପ୍ରିଲ ମାସ ଠାରୁ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ। ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ ସହ ନିୟମିତ ସୂର୍ଯ୍ୟ ନମସ୍କାର କରନ୍ତୁ।
ମକର – ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟମ ଧରଣର ରହିବ। ବର୍ଷର ଆରମ୍ଭରେ ସାମାନ୍ୟ ଚିନ୍ତା ରହିବ। ଭଗବାନଙ୍କୁ ନିୟମିତ ପୂଜାର୍ଚ୍ଚନା କରନ୍ତୁ।
କୁମ୍ଭ – ବର୍ଷର ଆରମ୍ଭରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ମାନସିକ ଚିନ୍ତା ଦୂର ହେବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। ପ୍ରଭୁ ମହେଶ୍ୱରଙ୍କୁ ନିୟମିତ ଭାବେ ପୂଜାର୍ଚ୍ଚନା କରନ୍ତୁ।
ମୀନ – ଏହି ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ପୁରୁଣା ବର୍ଷରେ ଥିବା ସମସ୍ତ ସମସ୍ୟା ଦୂର ହେବ। ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ। ହଳଦିଆ ଦ୍ରବ୍ୟ ଦାନ କରନ୍ତୁ।
ଆଲେଖ୍ୟ – ସସ୍ମିତା ମହାନ୍ତି

Leave A Reply