ନ୍ୟୁଜିଲାଣ୍ଡ: ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ଭାରତୀୟ ଯୁବକଙ୍କର ମୃତ୍ୟୁ

0

ହାଇଦ୍ରାବାଦ .- ନ୍ୟୁଜିଲାଣ୍ଡରେ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା  ସଫ୍ଟଓ୍ୱାର ଇଞ୍ଜିନିୟର ଫାରହାଜ ଅହସନଙ୍କର ମୃତ୍ୟୁ ହୋଇଛି । ୩୧ ବର୍ଷୀୟ ଫାରହାଜ ନ୍ୟୁଜିଲାଣ୍ଡରେ ଏକ ସଫ୍ଟଓ୍ୱାର କମ୍ପାନୀରେ କାମ କରୁଥିଲେ । ଆତଙ୍କବାଦୀ ଆକ୍ରମଣ ପରେ ସେ ନିଖୋଜ ଥିଲେ । ନ୍ୟୁଜୁଲାଣ୍ଡର ଖ୍ରାଇଷ୍ଟଚର୍ଚ୍ଚରେ ଥିବା ୨ଟି ମସଜିଦ୍‌ରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଆତତାୟୀର ଗୁଳିରେ ୪୯ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏହାପର ଠାରୁ ଫାରହାଜ ନିଖୋଜ ଥିଲେ । ତାଙ୍କୁ ଗୁରୁତର  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଚିକିତ୍ସା କରାଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ପତ୍ନୀଙ୍କ ସହ ତିନି ବର୍ଷର ଝିଅ ଓ  ୬ ମାସର ପୁଅ ନ୍ୟୁଜିଲାଣ୍ଡର ଖ୍ରାଇଷ୍ଟ ଚର୍ଚରେ ବସବାସ କରୁଛନ୍ତି ।

Leave A Reply