ଖରା ଛୁଟି କାଟିବାକୁ ଯାଉଛନ୍ତି କି ? ତେବେ ଯାଅନ୍ତୁ ଏହି ସ୍ଥାନକୁ

0

ଗ୍ରୀଷ୍ମ ଅବକାଶରେ ଭ୍ରମଣ ନିମନ୍ତେ ପର୍ୟ୍ୟଟକଙ୍କ ଛୁଟି ତାଲିକା ପ୍ରସ୍ତୁତ ହୋଇସାରିଛି। ଏକ ପର୍ୟ୍ୟଟନ ସଂସ୍ଥାର ତଥ୍ୟ ଅନୁସାରେ ସଂଖ୍ୟାଧିକ ଭାରତୀୟ ଥାଇଲାଣ୍ଡ ଯିବାକୁ ସ୍ଥିର କରିଛନ୍ତି। ଅନେକ ବିମାନ ଟିକେଟ୍ ଓ ହୋଟେଲ ବୁକିଂ ମଧ୍ୟ କରିଥିବାର ଜଣାପଡ଼ିଛି। ଥାଇଲାଣ୍ଡ ଭ୍ରମଣ ନିମନ୍ତେ ନଭେମ୍ବରରୁ ଫେବୃଆରୀ ପ୍ରକୃଷ୍ଟ ସମୟ ଥିଲାବେଳେ ଗ୍ରୀଷ୍ମ ଛୁଟିରେ ମଧ୍ୟ ସେଠାରେ ପର୍ୟ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ।

ବର୍ତ୍ତମାନ ଥାଇଲାଣ୍ଡରେ ତାପମାତ୍ରା ୩୦-୩୨ ଡିଗ୍ରୀ ମଧ୍ୟରେ ରୁହେ। ଭାରତର ବିଭିନ୍ନ ପ୍ରାନ୍ତର ପର୍ୟ୍ୟଟକଙ୍କ ଆଗ୍ରହ ଦେଖି ବିମାନ ସଂସ୍ଥାଗୁଡ଼ିକ ମଧ୍ୟ ସୁନ୍ଦର ତଥା ମନଲୋଭା ଅଫରମାନ ଘୋଷଣା କରିଛନ୍ତି। ରାଜଧାନୀ ଦିଲ୍ଲୀରୁ ବ୍ୟାଙ୍କକ୍(ଥାଇଲାଣ୍ଡର ରାଜଧାନୀ) ପର୍ୟ୍ୟନ୍ତ ପ୍ୟାକେଜ୍ ୧୩ ହଜାର ଟଙ୍କାରୁ ଆରମ୍ଭ ହୋଇ ଦେଢ଼ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରହିଛି। ପର୍ୟ୍ୟଟନ ସଂସ୍ଥାଗୁଡ଼ିକ କେତେକ ପ୍ୟାକେଜରେ ବିମାନ ଭଡ଼ା ସାମିଲ କରିଥିବାବେଳେ ଅନ୍ୟଗୁଡ଼ିକରେ କେବଳ ହୋଟେଲ ପ୍ୟାକେଜ୍ ଓ ପର୍ୟ୍ୟଟନସ୍ଥଳ ଭ୍ରମଣର ପ୍ୟାକେଜ୍ ସାମିଲ ହୋଇଛି। ଥାଇଲାଣ୍ଡ ଭ୍ରମଣ ନିମନ୍ତେ ଇଚ୍ଛା ଥିଲେ ଏବେଠାରୁ ଟିକେଟ୍ ଓ ପ୍ୟାକେଜ୍ ବୁକିଂ କରିନିଅନ୍ତୁ।

Leave A Reply