ଲଣ୍ଡନ : ବ୍ରିଟେନ୍ର ଅପରାଧୀ ତାଲିକାରେ ସ୍ଥାନ ପାଇଛନ୍ତି ୧୩୧ଜଣ ଭାରତୀୟ ବଂଶୋଦ୍ଭବ। ସେମାନେ ବିଭିନ୍ନ ଅପରାଧ ସହିତ ସମ୍ପୃକ୍ତ ଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ସଦ୍ୟ ପ୍ରକାଶିତ ଜାତୀୟ ନ୍ୟାସନାଲ କ୍ରାଇମ ଏଜେନ୍ସି ରିପୋର୍ଟ ଅନୁସାରେ ବ୍ରିଟେନ୍ରେ ବସବାସ କରୁଥିବା ବିଦେଶୀ ଅପରାଧୀ ତାଲିକାରେ ନାଗରିକତ୍ୱ ପରିବର୍ତ୍ତନ କରିଥିବା ସୋମାଲିଆ ଜନ୍ମିତ ୧୪୧, ପୋଲାଣ୍ଡ ଜନ୍ମିତ ୭୮, ଶ୍ରୀଲଙ୍କାର ୪୭, ନାଇଜେରିଆର ୪୪ ଓ କୋସୋବୋର ୭୭ ଜଣ ଅଛନ୍ତି। ବ୍ରିଟେନ୍ରେ ବିଦେଶ ଜନ୍ମିତ ସଗଂଠିତ ଅପରାଧୀ ଗୋଷ୍ଠୀ(ଗ୍ୟାଙ୍ଗ) ମଧ୍ୟରେ ଆଲବାନିଆ ଗ୍ୟାଙ୍ଗ ସବୁଠୁ ବଡ଼ ହୋଇଥିବାବେଳେ ଏହା ପଛକୁ ରହିଛି ପାକିସ୍ତାନୀ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗ ବିଶେଷ ଭାବେ ହେରୋଇନ୍ ଭଳି ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ ଅଛନ୍ତି। ସେମାନେ ଆଫଗାନିସ୍ତାନରୁ ବ୍ରିଟେନ୍ ବନ୍ଦର ଦେଇ ବିପୁଳ ନିଶାଦ୍ରବ୍ୟ କାରବାର କରିଥାଆନ୍ତି। ତେବେ ଏହି ଗୋଷ୍ଠୀରେ ବ୍ରିିଶ ନାଗରିକଙ୍କ ସଂଖ୍ୟା ସର୍ବାଧିକ ବୋଲି ରିପୋର୍ଟରେ କୁହାଯାଇଛି। ପାକିସ୍ତାନୀ ଅପରାଧୀଙ୍କ ସଂଖ୍ୟା ପ୍ରାୟ ଅଧା ହ୍ରାସ ପାଇଛି। ମୋଟ ୮୬୦ରୁ ୩୯୩ଜଣ ବ୍ରିଟିଶ କିମ୍ବା ୟୁରୋପୀୟ ନାଗରିକତ୍ୱ ଗ୍ରହଣ କରିବା ଦ୍ୱାରା ପାକିସ୍ତାନୀ ଅପରାଧୀଙ୍କ ସଂଖ୍ୟା ଚତୁର୍ଥ ସ୍ଥାନକୁ ହ୍ରାସ ପାଇଛି। ବ୍ରିଟେନ୍ରେ ୨୦୮୩ ବିଦେଶ ଜନ୍ମିତ କୁଖ୍ୟାତ ଅପରାଧୀ ଅଛନ୍ତି; ଯେଉଁମାନେ ନିଶା ଔଷଧ କାରବାର, ମାନବ ଚାଲାଣ ଓ ହିଂସାକାଣ୍ଡ ସହିତ ସମ୍ପୃକ୍ତ।
Popular Categories



