ବିଦ୍ୟୁତ ପାଇଁ ରାସ୍ତାରୋକ

ଜଗତସିଂହପୁର : ବାତ୍ୟା ‘ଫନି’କୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ଜଗତସିଂହପୁର ଜିଲାର କନ୍ଦରପୁରକୁ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ। ଏହାର ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଛନ୍ତି। ତୁରନ୍ତ ବିଦ୍ୟୁତ ସଂଯୋଗ ଦେବାକୁ ଗ୍ରାମବାସୀ ଦାବି କରି ସ୍ଥାନୀୟଲୋକ ସୋମବାର ତରିକୁନ୍ଦ ବଜାର ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଶହଶହ ଗାଡ଼ି ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ରାସ୍ତାରୋକ ପ୍ରତ୍ୟାହାର କରିବା ପାଇଁ ଲୋକଙ୍କୁ ବୁଝାସୁଝା କରୁଛି।

Comments are closed.