ରିଲିଫ ବଣ୍ଟନରେ ଅନିୟମିତତା ଅଭିଯୋଗରେ ରାସ୍ତାରୋକ

କଟକ : କଟକ ଜିଲା ତିଗିରିଆ ବ୍ଲକ ବିନ୍ଧାଣିମା ଗ୍ରାମର ‘ଫନି’ରେ ପ୍ରଭାବିତ ଲୋକଙ୍କୁ ବଣ୍ଟା ଯାଉଥିବା ରିଲିଫରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଛନ୍ତି। ସୂଚନା ଯୋଗ୍ୟ, ବାତ୍ୟା ବିପନ୍ନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ରିଲିଫ ବଣ୍ଟନରେ ଅନିୟମିତତାକୁ ନେଇ ଲୋକମାନେ ୬୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ନରସିଂହପୁର ଓ ଆଠଗଡ଼ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Comments are closed.