ବେଦାନ୍ତ ଆଲୁମିନା କାରଖାନା ସମ୍ମୁଖରେ ପୁଲିସ ଆନ୍ଦୋଳନକାରୀ ମୁହାଁମୁହିଁ , ୨ଜଣଙ୍କ ମୃତ୍ୟୁ ଅଭିଯୋଗ

0

କଳାହାଣ୍ଡି : କଳାହାଣ୍ଡି ଭବାନୀପାଟଣାସ୍ଥିତ ବେଦାନ୍ତ ଆଲୁମିନା ସମ୍ମୁଖରେ ସୋମବାର ଉତ୍ତେଜନା ଦେଖାଦେଇଛି। ଆନ୍ଦୋଳନରେ ବସିଥିବା ଆନ୍ଦୋଳନକାରୀଙ୍କୁ ପୁଲିସ ଘଉଡ଼ାଇଲା ବେଳେ ମୁହାଁମୁହିଁ ହୋଇଛନ୍ତି। ସୂଚନା ଅନୁଯାୟୀ,ପୁଲିସ ଲାଠି ମାଡ଼ରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଦୋକାନୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାସହ ଲାଠି ମାଡ଼ରେ ୩୦ରୁ ଅଧିକ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ପୁଲିସ ଦ୍ୱାରା କାରଖାନା ସମ୍ମୁଖରେ ୧୪୪ ଧାରା ଜାରି କରାଯାଇଛି। ସ୍ଥାନୀୟ ଲୋକଙ୍କୁ କମ୍ପାନୀରେ ଚାକିରି ଦେବା ଦାବିରେ ଶ୍ରମିକମାନେ ଆନ୍ଦୋଳନ କରୁଥିଲେ ବୋଲି ଜଣାପଡ଼ିଛି।

Leave A Reply