ବିଜେଡ଼ିରୁ ଇସ୍ତଫା ଦେଲେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ

0

ଭୁବନେଶ୍ୱର : ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ସୋମବାର ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି। ସେ ବିଜେଡ଼ିର ପ୍ରାର୍ଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ‘ଦଳରେ ମୋତେ ଅବହେଳା କରାଯାଇଛି, ମୋତେ ନ ପଚାରି ପ୍ରାର୍ଥୀ ଚୟନ କରାଯାଇଛି। ରଘୁନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଇସ୍ତଫା ଦେଲି’ ବୋଲି ସେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି।

Leave A Reply