ବିସ୍ଫୋରକ ଜବତ ଘଟଣାର ତଦନ୍ତ ଆରମ୍ଭ

0

ବାଲେଶ୍ୱର : ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ୨ ଜଣିଆ ଓ କୋଲକତାରୁ ୩ ଜଣିଆ ଟିମ ବାଲେଶ୍ୱର ରୁପସା ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରକ ଜବତ ହୋଇଥିବା ଗାଡ଼ିର ମାଲିକ ଓ ସହଯୋଗୀଙ୍କୁ ସ୍ୱତନ୍ତ୍ର ଟିମ ପଚରାଉଚରା କରୁଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ପଶ୍ଚିମବଙ୍ଗର ଚିତପୁର ଅଞ୍ଚଳରୁ ୧୦କୁଇଣ୍ଟାଲ ବିସ୍ଫୋରକ ପୂର୍ଣ୍ଣ ଗାଡ଼ି ଜବତ କରାଯାଇଥିଲା। ସମ୍ପୃକ୍ତ ଘଟଣାରେ ବାଲେଶ୍ୱର ଜିଲାର ୨ ଅଭିଯୁକ୍ତଙ୍କୁ ମଧ୍ୟ ଏସଟିଏଫ ଗିରଫ କରିଥିଲା।

Leave A Reply