ହାତୀପଲଙ୍କ ଉପଦ୍ରବ, ପାଦରେ ଦଳି ଭାଙ୍ଗିଲେ ବାଇକ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କୁଜିଆମ ଗାଁରେ ହାତୀପଲଙ୍କ ଉପଦ୍ରବ ପୁଣି ଦେଖିବାକୁ ମିଳିଛି। ହାତୀପଲ ଲଗାତାର ଭାବେ ଏହି ଅଞ୍ଚଳରେ କ୍ଷୟକ୍ଷତି ଘଟାଉଛନ୍ତି। ଏହି ହାତୀପଲରେ ୨୨ଟି ହାତୀ ରହିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ କୁଜିଆମ ଗ୍ରାମର ଜଣେ ବ୍ୟକ୍ତି ସନ୍ଧ୍ୟାରେ ନିକଟସ୍ଥ ବିଲରୁ ନିଜ ଗାଁକୁ ଫେରୁଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଏହାପରେ ସେ ଭୟଭୀତ ହୋଇ ନିଜ ବାଇକକୁ ଛାଡ଼ି ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ଏହାପରେ ହାତୀପଲ ତାଙ୍କ ବାଇକକୁ ଭାଙ୍ଗି ଦେଇଥିଲେ। ହାତୀପଲଙ୍କ କାରଣରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

Comments are closed.