ରାସ୍ତା କଡ଼କୁ ଓଲଟିଲା ଆମ୍ବୁଲାନ୍ସ

ସୁବର୍ଣ୍ଣପୁର : ସୋନପୁର – ବଲାଙ୍ଗୀର ରାସ୍ତାର ଖାରୀ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଆମ୍ବୁଲାନ୍ସରେ ଚାଳକଙ୍କ ସହ ଜଣେ ଫାର୍ମାସିଷ୍ଟ ଥିଲେ। ସେମାନଙ୍କର କୌଣସି କ୍ଷତି ହୋଇ ନାହିଁ। ସୂଚନା ଯୋଗ୍ୟ, ଆମ୍ବୁଲାନ୍ସଟି ଆଜି ସକାଳେ ରୋଗୀ ଆଣିବା ପାଇଁ ବୀରମହାରାଜପୁରରୁ ବଲାଙ୍ଗୀର ଯାଉଥିଲା। ମାତ୍ର କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯ ନ ଯିବାରୁ ଆମ୍ବୁଲାନ୍ସଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

Comments are closed.