ମିଶନ ଶକ୍ତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ

0

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ହେଉଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ମହାସମାବେଶରେ ଯୋଗ ଦେବା ସହ ସେ କେନ୍ଦ୍ରାପଡ଼ା ମହିଳାଙ୍କ ବଡ଼ ଘୋଷଣା କରି ଭେଟି ଦେଇଛନ୍ତି। କେନ୍ଦ୍ରାପଡ଼ା ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ସେ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାସହ ଓଡ଼ିଶାରୁ ୩୩% ମହିଳା ସଂସଦକୁ ଯିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡ଼ା ସେ ନିଜ ଅଭିଭାଷଣରେ କହିଛନ୍ତି, କେନ୍ଦ୍ରାପଡ଼ା ମାଟି ବିଜୁବାବୁଙ୍କ ମାଟି। ଏହି ସମାବେଶରେ ମାଛ ଚାଷ କରୁଥିବା କିଛି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ମାନିତ କରିଛନ୍ତି।

Leave A Reply