ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ

0

ଖୋର୍ଦ୍ଧା : ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାର ଗୋଶାଳା ପଡ଼ିଆରେ ଆୟୋଜିତ ମିଶନ ଶକ୍ତି ମହାସମାବେଶରେ ଯୋଗ ଦେଇ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୁରସ୍କୃତ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମାବେଶ ସ୍ଥଳରେ ପହଞ୍ଚିବା ପରେ ଉପସ୍ଥିତ ୧ଲକ୍ଷରୁ ଉର୍ଦ୍ଧ୍ବ ମହିଳା ହୁଳହୁଳି ପକାଇ ତାଙ୍କୁ ସ୍ୱାଗତ କରିଥିଲେ। ମିଶନ ଶକ୍ତି ଅଭିଯାନରେ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକୁ ଜିରୋ ପର୍ସେଣ୍ଟ ସୁଧରେ ଋଣ ଯୋଗାଇ ଦିଆଯାଇଛି। ଏହି କାରଣରୁ ମହିଳାମାନେ ଖୁବ ଉପକୃତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏତେ ସଂଖ୍ୟାରେ ମହିଳାମାନେ ଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମିଶନ ଶକ୍ତିର ବିଭିନ୍ନ ସଫଳତା ବିଷୟରେ କେତେକ ମହିଳାମାନେ ସେମାନଙ୍କର ଅନୁଭୂତି କହିଥିଲେ।

Leave A Reply