ଆଜି ୧୨ ଘଣ୍ଟା ଅତାବିରା ବନ୍ଦ

ବରଗଡ଼ : ବରଗଡ଼ରେ ଧାନକିଣାରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ବୁଧବାର କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଅତାବିରା ବନ୍ଦ ଡ଼ାକରା ଦିଆଯାଇଛି। ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରି ଟୋକନ ବ୍ୟବସ୍ଥା ଉଚ୍ଛେଦ ଦାବିରେ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଦୋକାନ ବଜାର ବନ୍ଦ ରଖିବାକୁ ସଂଗଠନ ପକ୍ଷରୁ କୁହାଯାଇଛି। ମାତ୍ର ସ୍କୁଲ, କଲେଜକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ଆଜି ଅତାବିରା, ଗୋଡ଼ ଭଙ୍ଗା ଓ ଭେଡ଼େନରେ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

Comments are closed.