୪ଟି କୁକୁରକୁ ମାରି ଜଣେ କ୍ୟାବ ଚାଳକ ଗିରଫ

ଭୁବନେଶ୍ୱର : କୁକୁର ଛୁଆଙ୍କୁ ଗାଡ଼ି ଚଢାଇ ଜଣେ କ୍ୟାବ ଚାଳକ ଗିରଫ ହୋଇଛନ୍ତି। ଏଭଳି ଏକ ଘଟଣା ଭୁବନେଶ୍ୱର ଶୈଳେଶ୍ରୀ ବିହାରସ୍ଥିତ ହାଇଲାଣ୍ଡ ରେସିଡ଼େନ୍ସି ନିକଟରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ରବିବାର କ୍ୟାବ ଚାଳକ ଜଣଙ୍କ ଜାଣି ଶୁଣି ୪ଟି କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲେ। ଏନେଇ ପିପୁଲ୍ସ ଫର ଆନିମଲ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ ପରେ କ୍ୟାବ ଚାଳକଙ୍କୁ ଗିରଫ କରାଯାଇଛି।

Comments are closed.