ଡ଼ମ୍ଫର ଧକ୍କାରେ ଶ୍ରମିକ ମୃତ

ବାଲେଶ୍ୱର : ବାଲେଶ୍ୱରର ନୀଳଗିରିର ମିତ୍ରପୁର ଅଞ୍ଚଳରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଜଣେ କ୍ରସର ଶ୍ରମିକଙ୍କୁ ଗୋଟିଲ ଡ଼ମ୍ଫର ପଛପଟୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଘର ନୀଳଗିରି ବ୍ଲକ ଭଉଁରିଆବାଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଡ଼ିବାଇ ଗ୍ରାମର ବୋଲି ଜଣାପଡ଼ିଛି। ଶ୍ରମିକ ଜଣଙ୍କ ଆଜି ସକାଳେ ମିତ୍ରପୁରସ୍ଥିତ ଏକ କ୍ରସରକୁ କାମ କରିବାକୁ ଯାଉଥିଲେ। ସେହି ସମୟରେ ସେ ଫୋନରେ କଥାବାର୍ତ୍ତା କରୁଥିବା ସମୟରେ ମାଲ୍‍ ନେବା ପାଇଁ ଆସିଥିବା ଗୋଟିଏ ଡ଼ମ୍ଫର ପଛୁଆ ଆସି ତାଙ୍କୁ ଧକ୍କା ଦେଇଥିଲା। ସେ ପଛୁଆ ପଡ଼ିଯାଇଥିଲେ ଓ ତାଙ୍କ ଉପରେ ଡ଼ମ୍ଫର ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଆମ୍ବୁଲାନ୍ସରେ ନୀଳଗିରି ଡ଼ାକ୍ତରଖାନାକୁ ନେଇଯାଇଥିଲା। ମାତ୍ର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.